
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜି ଦୀପାବଳିରେ ଆମେ ଆପଣଙ୍କୁ ଏକ ନୂଆ ଓ ନିଆରା ମିଠାର ପ୍ରସ୍ତୁତି କଥା କହିବୁ।
ଆସନ୍ତୁ ଜାଣିବା, ଘରେ କିପରି ତିଆରି କରିବେ ଏହି ନିଆରା ମିଠା ‘ସେଓ ଜିଲାପି’।
ଆବଶ୍ୟକ ସାମଗ୍ରୀ: ସେଓ, ମଇଦା, ଚିନି, ତେଲ, ଲେମ୍ବୁରସ, ଗୁଜୁରାତି ଗୁଣ୍ଡ, କାଜୁ ଓ ପେସ୍ତା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗରମ ପାଣିରେ ଅଳ୍ପ ଚିନି ପକାଇ ଗୋଳାଇ କିଛି ସମୟ ଯାଏ ରଖି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ମଇଦା, କିଛି ବୁନ୍ଦା ତେଲ ଓ ଚିନିକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ।
ବର୍ତ୍ତମାନ ସିରା ପ୍ରସ୍ତୁତ କରିବା। ଏଥପାଇଁ ଚିନି ଓ ପାଣିକୁ ଫୁଟାଇ ଦିଅନ୍ତୁ। ଯେତେବେଳେ ଏହା ଫୁଟିବ, ଆଞ୍ଚ କମ୍ କରି ଏଥିରେ ଅଳ୍ପ ଲେମ୍ବୁ ରସ ଓ ଗୁଜୁରାତି ଗୁଣ୍ଡ ପକାଇ ସେତେବେଳ ଯାଏ ଫୁଟାନ୍ତୁ ଯେତେବେଳ ଯାଏ ଏହା ଫୁଟି ଫୁଟି ସିରା ଭଳି ଗାଢ଼ ନ ହୋଇଯାଏ।
ଏବେ ଆମେ ଜିଲାପି ଛାଣିବା। ଏଥିପାଇଁ ଏକ ପ୍ୟାନ୍ରେ ତେଲ ଗରମ କରନ୍ତୁ। ବର୍ତ୍ତମାନ ସେଓକୁ ଗୋଲ ଗୋଲ କରି କାଟି ମଇଦା ମିଶ୍ରଣରେ ବୁଡ଼ାଇ ଗୋଟି ଗୋଟି କରି ଛାଣନ୍ତୁ। ଏହାକୁ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ଯାଏ ଛାଣନ୍ତୁ। ଜିଲାପି ହୋଇଗଲେ ଏହାକୁ ୨ ମିନିଟ୍ ଯାଏ ସିରାରେ ବୁଡ଼ାଇ ରଖନ୍ତୁ। ଏହାପରେ ପ୍ଲେଟ୍କୁ କାଢ଼ି ଉପରେ କଟା କାଜୁ ଓ ପିସ୍ତା ସଜାଇ ପରଷନ୍ତୁ ଗରମ ସେଓ ଜିଲାପି।
from Odisha Reporter https://ift.tt/2JKhddp
No comments:
Post a Comment