ଗୋଟିଏ ଓଭର୍‌ରେ ୪୩ ରନ୍ କଲେ ଏହି ଦୁଇ ବ୍ୟାଟସ୍‌ମ୍ୟାନ୍‌, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ଗୋଟିଏ ଓଭର୍‌ରେ ୪୩ ରନ୍ କଲେ ଏହି ଦୁଇ ବ୍ୟାଟସ୍‌ମ୍ୟାନ୍‌, ଦେଖନ୍ତୁ ଭିଡିଓ

ଅକଲ୍ୟାଣ୍ଡ: କ୍ରିକେଟ୍‌ ଏକ ଅନିଶ୍ଚିତତାର ଖେଳ। ଏଠି କେତେବେଳେ କ’ଣ ହେବ, ସେକଥା କେହି ଜାଣି ନାହାନ୍ତି। ତେବେ ଗୋଟିଏ ଓଭର୍‌ ଅର୍ଥାତ ୬ଟି ବଲ୍‌ରେ ୪୩ ରନ୍‌ ହାସଲ କରିବା କଥା ଆପଣ ବୋଧେ କେବେ ଶୁଣି ନଥିବେ। କିନ୍ତୁ ନ୍ୟୁଜିଲ୍ୟାଣ୍ଡର ଦୁଇ ବ୍ୟାଟସ୍‌ମ୍ୟାନ୍‌ ଏକ ଘରୋଇ ମ୍ୟାଚ୍‌ରେ ଏଭଳି କୀର୍ତ୍ତିମାନ ସ୍ଥାପନ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

ଜୋ କାରଟେର ଓ ବ୍ରେଟ୍‌ ହାମ୍ପଟନ୍‌ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ବିପକ୍ଷ ମ୍ୟାଚ୍‌ରେ ଏଭଳି ରେକର୍ଡ କରିଛନ୍ତି। ହାମିଲଟନ୍‌ରେ ଚାଲିଥିବା ଲିଷ୍ଟ ‘ଏ’ର ଏକ ମ୍ୟାଚ୍‌ରେ ସେଣ୍ଟ୍ରାଲ୍‌ ଗୋଟିଏ ଓଭର୍‌ରେ ୪୩ ରନ୍ କଲେ ଏହି ଦୁଇ ବ୍ୟାଟସ୍‌ମ୍ୟାନ୍‌, ଦେଖନ୍ତୁ ଭିଡିଓ

ଅକଲ୍ୟାଣ୍ଡ: କ୍ରିକେଟ୍‌ ଏକ ଅନିଶ୍ଚିତତାର ଖେଳ। ଏଠି କେତେବେଳେ କ’ଣ ହେବ, ସେକଥା କେହି ଜାଣି ନାହାନ୍ତି। ତେବେ ଗୋଟିଏ ଓଭର୍‌ ଅର୍ଥାତ ୬ଟି ବଲ୍‌ରେ ୪୩ ରନ୍‌ ହାସଲ କରିବା କଥା ଆପଣ ବୋଧେ କେବେ ଶୁଣି ନଥିବେ। କିନ୍ତୁ ନ୍ୟୁଜିଲ୍ୟାଣ୍ଡର ଦୁଇ ବ୍ୟାଟସ୍‌ମ୍ୟାନ୍‌ ଏକ ଘରୋଇ ମ୍ୟାଚ୍‌ରେ ଏଭଳି କୀର୍ତ୍ତିମାନ ସ୍ଥାପନ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଜୋ କାରଟେର ଓ ବ୍ରେଟ୍‌ ହାମ୍ପଟନ୍‌ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ବିପକ୍ଷ ମ୍ୟାଚ୍‌ରେ ଏଭଳି ରେକର୍ଡ କରିଛନ୍ତି। ହାମିଲଟନ୍‌ରେ ଚାଲିଥିବା ଲିଷ୍ଟ ‘ଏ’ର ଏକ ମ୍ୟାଚ୍‌ରେ ସେଣ୍ଟ୍ରାଲ୍‌ ଡିଷ୍ଟ୍ରିକ୍ଟ ଓ ନର୍ଥନ ଡିଷ୍ଟ୍ରିକ୍ଟ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଜୋ ଓ ବ୍ରେଟ୍‌ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର୍‌ ୱିଲୟମ୍‌ ଲୁଡିକ୍‌ଙ୍କୁ ଏଭଳି ପ୍ରହାର କରିଥିଲେ। ପୂର୍ବରୁ ୯ ଓଭର୍‌ ବୋଲିଂ କରିଥିବା ଲୁଡିକ୍‌ ୪୨ ରନ୍‌ ଦେଇଥିଲେ। କିନ୍ତୁ ୧୦ ଓଭର୍‌ ପରେ ତାଙ୍କ ବୋଲିଂ ଫିଗର୍‌ ୧ ୱିକେଟ୍‌ରେ ୮୫ ରନ୍‌ ହୋଇଥିଲା।

ପ୍ରଥମ ବଲ୍‌ଟି ୟକର୍‌ର ଥିଲେ ହେଁ ବ୍ୟାଟ୍‌ର ଧାର ବାଜି ୱିକେଟ୍‌ କିପର୍‌ଙ୍କ ପଛଦେଇ ୪ ରନ ହୋଇଥିଲା। ଏହାପରେ ଲୁଡିକ୍‌ ଦୁଇଟି ଯାକ ବଲ୍‌ ଅଣ୍ଟା ଉଚ୍ଚରେ ପକାଇଥିଲେ ଏବଂ ଦୁଇଟି ଯାକ ଛକା ହୋଇଥିଲା। ଏହି ଦୁଇଟି ଯାକ ନୋ ବଲ୍‌ ଥିଲା। ଏହାପରେ ପୁଣି ଏକ ଛକା ହୋଇଥିଲା। ଏହାପରେ ୧ ରନ୍‌ ହୋଇଥିବା ବେଳେ ପରବର୍ତ୍ତୀ ୩ଟି ଯାକ ବଲ୍‌ ଛକା ହୋଇଥିଲା। ଫଳରେ ସେ ଗୋଟିଏ ଓଭର୍‌ରେ ୪୩ ରନ୍‌ ବ୍ୟୟ କରିଥିଲେ ବୋଲର।

ପୂର୍ବରୁ ଲିଷ୍ଟ୍‌ ‘ଏ’ରେ ଗୋଟିଏ ଓଭର୍‌ରେ ୩୯ ରନ୍‌ ହେବାର ରେକର୍ଡ ରହିଥିଲା। ସେହିପରି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଗୋଟିଏ ଓଭର୍‌ରେ ସର୍ବାଧିକ ୩୬ ରନ୍‌ ହେବାର ରେକର୍ଡ ରହିଥିଲା।

କିନ୍ତୁ ଏସବୁ ରେକର୍ଡକୁ ଲୁଡିକ୍‌ ପଛରେ ପକାଇ ୪୩ ରନ୍‌ ଦେଇଛନ୍ତି।

ଦେଖନ୍ତୁ ଭିଡିଓ:



from Odisha Reporter https://ift.tt/2ARv12M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages