
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କାକୁଡ଼ି ହେଉଛି ଏକ ଗୁଣକାରୀ ଫଳ। ଏହା ଆମ ଶରୀର ପାଇଁ ବେଶ ଲାଭଦାୟକ। ମୁଖତଃ ଆମ ଶରୀରେ ଆଇରନର ବହୁ ଆବଶ୍ୟକତା ରହିଛି। ଯଦି ଆଇରନର ଅଭାବ ଦେଖାଯାଏ ତେବେ ଆମେ ଥକାପଣ ଓ ଦୁବର୍ଳ ଅନୁଭବ କରିଥାଉ। କାକୁଡ଼ିରେ ୧.୪ ମିଲି ଗ୍ରାମ ଆଇରନ୍ ରହିଛି। ତେଣୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ କାକୁଡ଼କୁ ସାମିଲ କରାନ୍ତୁ। ଫଳରେ ଆପଣଙ୍କ ଶରରୀର ଶକ୍ତିଶାଳି ହେବ। କାକୁଡ଼ିରେ ଅନେକ ପୋଷକ ତତ୍ୱ ରହିଛି। ଯାହାକି ଏଥିରେ ଭିଟାମିନ୍ ଏବଂ ଆଣ୍ଟି ଅକ୍ସିଡେଣ୍ଟ ରହିଛି। ଏହି ପୋଷକ ତତ୍ତ୍ୱ ଆମ ଶରୀରର ତନ୍ତ୍ରିକା କୋଷ ଗୁଡ଼ିକୁ ମଜଭୁତ କରିଥାଏ।
ମସ୍ତିଷ୍କକୁ ମଜଭୁତ କରିବାରେ କାକୁଡ଼ି ସହାୟକ ହୋଇଥାଏ। ସେହିପରି କାକୁଡ଼ି ଖାଇବା ଦ୍ୱାରା ରେଡ୍ ବ୍ଲଡ୍ ତିଆରି ଲାଗି କୋଷିକା ତିଆରି କରିଥାଏ। ସେହିପରି ଏଥିରେ ଫାଇବର୍ସ ମାତ୍ରା ମଧ୍ୟ ଅଧିକ ରହିଛି। ଯାହା ପାଚନ ତନ୍ତ୍ର ପାଇଁ ବହୁ ଜରୁରୀ। ଏହି ଫାଇବର ଆପଣଙ୍କ ଶରୀରେ ମଳକୁ ନରମ କରିବା ସହାୟକ ହୋଇଥାଏ।
ଯାହା ଫଳରେ ଆପଣଙ୍କ ପେଟରେ ଥିବା ସମସ୍ୟା ଦୂର ହୋଇପାରେ। କାକୁଡ଼ି ଖାଇବା ଦ୍ୱରା ଆପଣ ଅଳସର ଏବଂ ଗ୍ୟାସ ରୋଗରୁ ମୁକ୍ତି ପାଇପାରିବେ। ଏହାର ଆଉ ଏକ ବିଶେଷତ୍ୱ ହେଉଛି ଆପଣଙ୍କ କିଡନୀରେ ଷ୍ଟୋନ୍ କରିବାକୁ ଦିଏ ନାହିଁ। ଏହା ଡ଼ାଇବେଟିସ୍ ରୋଗୀ ମାନଙ୍କ ପାଇଁ ଖୁବ୍ ଉପକାରୀ। ଏହାକୁ ନିୟମିତ ସେବନ କରିବା ଦ୍ୱାରା ଇନ୍ସୁଲିନ୍ର ମାତ୍ରା ସନ୍ତୁଳିତ ହୋଇଥାଏ। ଏହା କୋଲେଷ୍ଟ୍ରୋଲର ମାତ୍ରା କମାଇବାରେ ସହାୟକ ହୋଇଥାଏ।
from Odisha Reporter https://ift.tt/2AA7JwT
No comments:
Post a Comment