
ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ସରାଶୋଳ ଗାଁରେ ହାତୀ ଆକ୍ରମଣରେ ନାରାୟଣ ଟୁଡୁ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ନାରାୟଣ ଚାଷ ଜମି ଜଗିବାକୁ ଯାଇଥିବା ବେଳେ ତାଙ୍କୁ ହାତୀ ପଲ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟପଟେ ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜରେ ଶହ ଶହ ଏକର ଫସଲ ନଷ୍ଟ କରିଛନ୍ତି ହାତୀପଲ। ପଶ୍ଚିମବଙ୍ଗ ସୀମା ଦେଇ ମୟୂରଭଞ୍ଜକୁ ପଶି ଆସିଥିବା ଏହି ହାତୀ ପଲରେ ଶହେରୁ ଅଧିକ ହାତୀ ଅଛନ୍ତି। ହାତୀ ଘଉଡ଼ାଇବାକୁ ବାରିପଦା ବନଖଣ୍ଡ ପକ୍ଷରୁ ୧୨୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି। ହାତୀପଲ ତିନିଟି ଗୋଷ୍ଠୀରେ ବିଭକ୍ତ ହୋଇ ମୋରଡ଼ା, ବେତନଟୀ ଓ ରାସଗୋବିନ୍ଦପୁରରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।
ଅନ୍ୟପଟେ ହାତୀପଲ ରାସଗୋବିନ୍ଦପୁର ଅଞ୍ଚଳର ଚିତ୍ରଡ଼ା ଗାଁ ପାଖରେ ବୁଲୁଥିବାରୁ ଲୋକେ ଅତଙ୍କିତ ହୋଇପଡ଼ିଛନ୍ତି। ହାତୀପଲକୁ ଦେଖି ଆତଙ୍କରେ ଗାଁ ଲୋକ ଧାଁ ଦୌଡ଼ କରୁଥିବା ଦେଖିବାକୁ ମିଳିଥିଲା।
from Odisha Reporter https://ift.tt/2OA5VJq
No comments:
Post a Comment