
ରାୟଗଡ଼ା (ଓଡ଼ିଶା ରିପୋର୍ଟର): କେରଳରେ ଫସି ରହିଛନ୍ତି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଅଞ୍ଚଳର ୩୦ରୁ ଅଧିକ ଯୁବକ। ଦାଦନ ଖଟିବାକୁ କେରଳ ଯାଇଥିବାବେଳେ ସ୍ଥାନୀୟ ଲୋକଙ୍କ ସହ ବଚସା ହେବାରୁ ଉତ୍ତ୍ୟକ୍ତ ଲୋକେ ସେମାନଙ୍କ ଡ୍ରେସ୍ ଓ ଜିନିଷପତ୍ର ପୋଡ଼ି ଦେଇଥିବା ଜଣାପଡ଼ିଛି। ଏପରିକି ସ୍ଥାନୀୟ ଲୋକେ ଏମାନଙ୍କୁ ମାଡ଼ ମାରିବାକୁ ଧମକ ଦେଇଥିବା ସେମାନେ ପରିବାର ଲୋକଙ୍କ ସହ ଯୋଗାଯୋଗ କରି ଜଣାଇଛନ୍ତି।
କିଛି ଶ୍ରମିକ ଭୟରେ କେରଳ ଆଲାପୂଜା ଜିଲ୍ଲା ଆରୁର ଥାନାରେ ଆଶ୍ରୟ ନେଇଥିବା ଜଣାପଡ଼ିଛି।
ଏମାନଙ୍କୁ ଉଦ୍ଧାର କରିବାକୁ ପରିବାର ପକ୍ଷରୁ ରାୟଗଡ଼ା ଏସ୍ପି ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ଘଟଣାର ତଦନ୍ତ କରି କେରଳରେ ଫସିଥିବା ଦାଦନଙ୍କୁ ଫେରାଇ ଅଣାଯିବ ବୋଲି କହିଛନ୍ତି।
ଅନ୍ୟପଟେ ଶ୍ରମମନ୍ତ୍ରୀ କହିଛନ୍ତି ଘଟଣାର ତଦନ୍ତ ହେଉଛି। ଅସୁବିଧାରେ ଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ।
from Odisha Reporter https://ift.tt/2PkeugF
No comments:
Post a Comment