ଏଏମୟୁ ନାଁରୁ ମୁସଲିମ ଶବ୍ଦ କାଢ଼ିଦେବାକୁ ପରାମର୍ଶ ଦେଲେ ପୂର୍ବତନ ହକି ଅଧିନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଏଏମୟୁ ନାଁରୁ ମୁସଲିମ ଶବ୍ଦ କାଢ଼ିଦେବାକୁ ପରାମର୍ଶ ଦେଲେ ପୂର୍ବତନ ହକି ଅଧିନାୟକ

ଆଗ୍ରା: ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମ୍‌ୟୁ)କୁ ନେଇ ସବୁ ସମୟରେ ରାଜନୀତିକ ଓ ସାଂପ୍ରଦାୟିକ ବିବାଦ ଦେଖିବାକୁ ମିଳୁଛି। ଏହି ବିବାଦର ସମାଧାନ ପାଇଁ ଆଜି ପୂର୍ବତନ ଟିମ୍‌ ଇଣ୍ଡିଆର ହକି ଅଧିନାୟକ ତଥା ଅଲମ୍ପିୟାନ ଓ ପୂର୍ବତନ ଏଏମୟୁ ଛାତ୍ର ଜାଫର ଇକବାଲ ଏକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଏଏମ୍‌ୟୁରୁ ଯଦି ମୁସଲିମ୍‌ ଶବ୍ଦକୁ ପ୍ରତ୍ୟାହାର କରି ନିଆଯାଏ, ତା’ହେଲେ ଏହାକୁ ନେଇ ଦେଶରେ କୌଣସି ପ୍ରକାରର ବିବାଦ ସୃଷ୍ଟି ହେବନାହିଁ।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଇକବାଲ କହିଛନ୍ତି, ଅନେକ ସମୟରେ ଭାରତର ରାଜନୀତିକ ଦଳର ନେତାମାନେ ଏଏମ୍‌ୟୁକୁ ନେଇ ଅନେକ ବିବାଦୀୟ କଥା କହୁଛନ୍ତି। କିନ୍ତୁ ସେମାନେ ମନେରଖିବା ଦରକାର ଯେ ଏହି ବିଶ୍ୱବିଦ୍ୟାଳୟରୁ କେବଳ ମେଧାବୀ ଛାତ୍ରଛାତ୍ରୀ ବାହାରିଛନ୍ତି ତାହା ନୁହେଁ, ବରଂ ଅନେକ ହକି ଅଲମ୍ପିୟାନ ମଧ୍ୟ ସୃଷ୍ଟି ହୋଇଛନ୍ତି।

ତେବେ ଦେଶ ସେତେବେଳେ ଆଗେଇ ପାରିବ, ଯେତେବେଳେ ଏକ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇପାରିବ। ଏଏମ୍‌ୟୁ ସହ ମୁସଲିମ ଶବ୍ଦ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହିଥିବାରୁ ସବୁବେଳେ ବିବାଦ ସୃଷ୍ଟି ହେଉଛି।

ଯଦି ଏଥିରୁ ମୁସଲିମ୍‌ ଶବ୍ଦ କାଢ଼ି ନିଆଯିବ, ତା’ହେଲେ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ। ଏବେ ଲୋକମାନେ “ ତୁ ହିନ୍ଦୁ ବନେଗା ନା ମୁସଲମାନ ବନେଗା, ଇନସାନ କି ଔଲାଦ ହୈ, ଇନସାନ୍‌ ବନେଗା” ଗୀତଟିକୁ ସମସ୍ତେ ଭୁଲି ଗଲେଣି। ରାଜନୀତିକ ଦଳଗୁଡ଼ିକ ନିଜର ବିଫଳତାକୁ ଲୁଚାଇବା ପାଇଁ ଅନାବଶ୍ୟକ ପ୍ରସଙ୍ଗମାନ ଉଠାଇ ଅଯଥା ବିବାଦ ସୃଷ୍ଟି କରୁଥିବା ସେ କହିଛନ୍ତି।



from Odisha Reporter https://ift.tt/2DW8AMw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages