
ବିଜୟୱାଡା: ବିଜେପିକୁ ସର୍ବାଦା ବିରୋଧ କରି ଆସୁଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବେ ଆଉ ଏକ ନୂଆ ଗୋଟି ଚାଳନା କରିଛନ୍ତି। ପୂର୍ବରୁ ସିବିଆଇକୁ ଆନ୍ଧ୍ର ପ୍ରଦେଶର ପୂରାଇ ଦିଆଯିବ ନାହିଁ ବୋଲି କହିଥିବା ଚନ୍ଦ୍ରବାବୁ ପରେ ବିଜେପି ବିରୋଧରେ ମହାମେଣ୍ଟ ଗଠନ କରିବାକୁ ରାଜ୍ୟରୁ ରାଜ୍ୟ ଘୂରି ବୁଲିଥିଲେ।
ଏବେ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ନୂଆ ବିଧାନସଭା ଗଠନ କରିବାକୁ ଯୋଜନା କରିଛନ୍ତି। ଏହି ନୂଆ ବିଧାନସଭା ବିଜେପି ତରଫରୁ ନିକଟରେ ଲୋକାର୍ପିତ ହୋଇଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଚ୍ଚତାଠାରୁ ଅଧିକ ହେବ ବୋଲି ଚନ୍ଦ୍ରବାବୁ କହିଛନ୍ତି। ବିଜେପି ଜନନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଦେଶର ଟଲେଷ୍ଟ ମ୍ୟାନ୍ ବୋଲି ପରିଚୟ ଦେବା ପାଇଁ ୧୮୨ ମିଟିର ଉଚ୍ଚତାର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିଛି।
ଏହା ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି। ଏପରି କରି ବିଜେପି ରାଜନୀତିକ ଫାଇଦା ହାସଲ କରୁଛି ବୋଲି ଅଭିଯୋଗ କରି ଚନ୍ଦ୍ରବାବୁ ନାଇଡୁ ଷ୍ଟାଚ୍ୟୁ ଅଫ୍ ୟୁନିଟିଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ବିଧାନସଭା ନିର୍ମାଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ନୂଆ ବିଧାନସଭା ଅମରାବତୀରେ ହେବ ଏବଂ ଏହାର ଉଚ୍ଚତା ଷ୍ଟାଚ୍ୟୁ ଅଫ୍ ୟୁନିଟ୍ଠାରୁ ୬୮ ମିଟର ଅଧିକ ଉଚ୍ଚ ହେବ।
ଏହାର ଡିଜାଇନ୍କୁ ମଧ୍ୟ ନାଇଡୁ ମଞ୍ଜୁରୀ ଦେଇଛନ୍ତି। ବ୍ରିଟେନର୍ ଏକ ସ୍ଥପତି ସଂସ୍ଥା ପକ୍ଷରୁ ଏହାର ରିପୋର୍ଟ ଖୁବ୍ଶୀଘ୍ର ଆନ୍ଧ୍ର ସରକାରଙ୍କୁ ଦିଆଯିବ।
ନୂଆ ବିଧାନସଭାରେ ୩ଟି ଫ୍ଲୋର ରହିବ। ଏହା ଉପରେ ଲାଗିବାକୁ ଥିବା ସ୍ପାଇରାଲ ଟାୱାରର ଉଚ୍ଚତା ୨୫୦ ମିଟର ହେବ। ନୂଆ ବିଧାନସଭାର ଆକୃତି ଅପ୍ସାଇଡ୍ ଡାଉନ୍ କଇଁଫୁଲ ଭଳି ହେବ। ଏନେଇ ସରକାର ନଭେମ୍ବର ମାସରେ ଟେଣ୍ଡର କରିବେ ଏବଂ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ମନ୍ତ୍ରୀ ପି ନାରାୟଣ କହିଛନ୍ତି।
ସେ କହିଛନ୍ତି, ବ୍ରିଟିଶ କମ୍ପାନୀ ଯେଉଁ ଡିଜାଇନ୍ ଦେଇଥିଲା, ସେଥିରେ ମୁଖ୍ୟମନ୍ତ୍ରୀ ସାମାନ୍ୟ ପରିବର୍ତ୍ତନ କରି ମଞ୍ଜୁରୀ ଦେଇଛନ୍ତି। ଏହି ନୂଆ ସଦନରେ ୨ଟି ଗ୍ୟାଲେରୀ ରହିବ। ଏହି ଗ୍ୟାଲେରୀରୁ ପୂରା ଅମରାବତୀ ସହରକୁ ଦେଖିହେବ। ଏହି ବିଧାନସଭା ସୌଧ ଝଡ଼ବାତ୍ୟା ଓ ଭୂକମ୍ପ ଝଟ୍କାରୁ ବେଶ ଆରାମରେ ରକ୍ଷା ପାଇ ପାରିବ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2qZWU2Z
No comments:
Post a Comment