ବଦ୍ରିନାଥରୁ ଫେରୁଛନ୍ତି ୪୨ ପର୍ଯ୍ୟଟକ, ଏବେ ବି ୩୩ଙ୍କ ସହ ହୋଇପାରୁନି ଯୋଗାଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ବଦ୍ରିନାଥରୁ ଫେରୁଛନ୍ତି ୪୨ ପର୍ଯ୍ୟଟକ, ଏବେ ବି ୩୩ଙ୍କ ସହ ହୋଇପାରୁନି ଯୋଗାଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଦ୍ରିନାଥରେ ଫସିଥିବା ଓଡ଼ିଆଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରଥମେ ୪୨ ଜଣ ତୀର୍ଥଯାତ୍ରୀ ଫସିଥିବା ଜଣାପଡ଼ିଥିଲା। ପରେ ଆହୁରି ୩୩ ଜଣ ମଧ୍ୟ ଫସିଥିବା ସେମାନଙ୍କ ପରିବାର କହିବା ପରେ ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଥିଲା।

ତେବେ ସବିଶେଷ ରିପୋର୍ଟ ଅନୁସାରେ ଭଞ୍ଜନଗର ଅଞ୍ଜଳରୁ ଯାଇ ପ୍ରବଳ ତୁଷାରପାତ ଯୋଗୁ ବଦ୍ରିନାଥରେ ଫସି ଥିବା ତୀର୍ଥଯାତ୍ରୀ ସୁରକ୍ଷିତ ଭାବେ ଓଡ଼ିଶା ଫେରୁଛନ୍ତି। ତେବେ ବାଲେଶ୍ୱର କମର୍ଦ୍ଦା ଅଞ୍ଚଳର ୩୩ ଜଣ ତୀର୍ଥଯାତ୍ରୀଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରି ନଥିବା ସେମାନଙ୍କ ପରିବାର ସୂଚନା ଦେଇଛନ୍ତି।

ପ୍ରବଳ ତୁଷାରପାତ ଯୋଗୁ ଉତ୍ତରାଖଣ୍ଡରେ ନାହିଁ ନଥିବା ସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ବରଫର ଆସ୍ତରଣ ଜମିଯାଇଥିବାରୁ ଫସି ରହିଥିଲେ ଓଡ଼ିଶାରୁ ତୀର୍ଥ କରି ଯାଇଥିବା ବହୁ ଓଡ଼ିଆ। ସେ ଭିତରେ ଥିଲେ ବଦ୍ରିନାଥ ଦର୍ଶନରେ ଯାଇଥିବା ଗଞ୍ଜାମ ଭଞ୍ଜନଗର ଅଞ୍ଚଳ ୪୨ ଜଣିଆ ତୀର୍ଥଯାତ୍ରୀ ଦଳ। କୌଣସି ମତେ ବଦ୍ରିନାଥ ଧର୍ମଶାଳାରେ ଆଶ୍ରୟ ନେଇଥିଲେ ବି ପାଖରେ ନା ଖାଦ୍ୟ ଥିଲା ନା ପିଇବା ପାଇଁ ପାଣି। ସୋଶାଲ୍‌ ମିଡିଆରୁ ଆତ୍ମୀୟଙ୍କ ଏଭଳି ଦୁର୍ଦ୍ଦଶାର ଖବର ଜାଣି ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ।

badrinathଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଥିଲେ। ସ୍ୱତନ୍ତ୍ର ରିଲିଫ କମିଶନର ଉତ୍ତରାଖଣ୍ଡ ସରକାରଙ୍କୁ ଚିଠି ଲେଖି ଓଡ଼ିଆ ତୀର୍ଥଯାତ୍ରୀଙ୍କ ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେବା ପରେ, ସମସ୍ତ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଟ୍ୱିଟ୍ କରିଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।

ତୁଷାରପାତ କମିବା ପରେ ବଦ୍ରିନାଥ ଧର୍ମଶାଳାରେ ଫସି ରହିଥିବା ୪୨ ଜଣ ତୀର୍ଥଯାତ୍ରୀ ଓଡ଼ିଶା ଫେରୁଥିବା ଜଣାପଡ଼ିଛି। କିଛି ବାଟ ଚାଲି ଚାଲି ଆସିବା ପରେ ନିଜ ଖର୍ଚ୍ଚରେ ସେମାନେ ବସ୍‌ରେ ଫେରୁଥିବା ନେଇ ସୂଚନା ଦେଇଛନ୍ତି ଜଣେ ତୀର୍ଥଯାତ୍ରୀ।

ଅପରପକ୍ଷେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଅଞ୍ଚଳର ୩୩ ଜଣ ତୀର୍ଥଯାତ୍ରୀ ମଧ୍ୟ ବଦ୍ରିନାଥରେ ଫସିଥିବା ସୂଚନା ମିଳିଛି। ପ୍ରବଳ ବରଫପାତ ଯୋଗୁ ଏମାନେ ଗତକାଲି ଏକ ଆର୍ମି କ୍ୟାମ୍ପରେ ଆଶ୍ରୟ ନେଇଥିଲେ। ହେଲେ ଆଜି ସେମାନଙ୍କ ସହ ଯୋଗାଯୋଗ ହୋଇ ପାରୁ ନଥିବା ପରିବାର ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2P7uC5g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages