କୁଲ୍‌ଦୀପ୍‌ କମାଲ୍‌: ୧ମ ଟି-ଟ୍ୱେଣ୍ଟିରେ ୧୦୯ରେ ଅଟକିଲା ଇଣ୍ଡିଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

କୁଲ୍‌ଦୀପ୍‌ କମାଲ୍‌: ୧ମ ଟି-ଟ୍ୱେଣ୍ଟିରେ ୧୦୯ରେ ଅଟକିଲା ଇଣ୍ଡିଜ୍‌

କୋଲକାତା(ଓଡ଼ିଶା ରିପୋର୍ଟର୍‌): ବାମହାତୀ ଚାଇନାମ୍ୟାନ୍‌ ବୋଲର କୁଳଦୀପ ଯାଦବ୍‌ଙ୍କ ଚମତ୍କାର ପ୍ରଦର୍ଶନ ସାଙ୍ଗକୁ ପଦାର୍ପଣକାରୀ ଖଲିଲ୍‌ ଅହମ୍ମଦ ଓ କ୍ରୁନାଲ୍‌ ପାଣ୍ଡ୍ୟାଙ୍କ କଞ୍ଜୁସ୍‌ ବୋଲିଂ ଫିଗର୍‌ ବଳରେ ଟିମ୍‌ ଇଣ୍ଡିଆ କୋଲକାତାର ଇଡେନ୍‌ ଗାର୍ଡନ୍‌ସରେ ଅନୁଷ୍ଠିତ ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌ର ସ୍କୋର୍‌କୁ ୧୦୯ ରନ୍‌ରେ ସୀମିତ ରଖିଛି। ଇଣ୍ଡିଜ୍‌ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ୍‌ ହରାଇ ଏହି ସ୍କୋର୍ କରିଥିବାବେଳେ ଏହି ମ୍ୟାଚ୍‌ ଜିତିବା ପାଇଁ ଟିମ୍‌ ଇଣ୍ଡିଆ ଆଗରେ ୧୧୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି।

ଇଣ୍ଡିଜ୍‌ ପକ୍ଷରୁ ଟି-ଟ୍ୱେଣ୍ଟି ପଦାର୍ପଣକାରୀ ଟେଲ୍‌ ଏଣ୍ଡର୍‌ ଫ୍ୟାବିଆନ୍ ଆଲେନ୍‌ ସର୍ବାଧିକ ୨୭ ରନ୍‌ କରିଥିବାବେଳେ ଅନ୍ୟ ସବୁ ବ୍ୟାଟ୍‌ସମ୍ୟାନ୍‌ ଉପମହାଦେଶୀୟ ପିଚ୍‌ରେ ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ। ଘରୋଇ ଦଳ ପକ୍ଷରୁ ବାମହାତୀ ରିଷ୍ଟ୍‌ ସ୍ପିନର୍‌ କୁଲଦୀପ ଯାଦବ୍‌ ୪ ଓଭର୍‌ରେ ମାତ୍ର ୧୩ ରନ୍‌ ଦେଇ ୩ଟି ୱିକେଟ୍ ନେବା ସହ ଇଣ୍ଡିଜ୍‌ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। କୁଲ୍‌ଦୀପଙ୍କୁ ଆବଶ୍ୟକ ସହାୟତା ଦେଇ ଦୁଇ ପଦାର୍ପଣକାରୀ, ବାମହାତୀ ସ୍ପିନିଂ ଅଲ୍‌ରାଉଣ୍ଡର୍ କୃନାଲ୍ ପାଣ୍ଡ୍ୟା ଓ ବାମହାତୀ ଦ୍ରୁତ ବୋଲର୍‌ ଖଲିଲ୍‌ ଅହମ୍ମଦ କଞ୍ଜୁସ୍‌ ବୋଲିଂ କରି ଇଣ୍ଡିଜ୍‌ ରନ୍‌ ଗତିକୁ ରୋକିବା ସହ ପ୍ରତ୍ୟେକ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ। ଖଲିଲ୍‌ ତାଙ୍କ ୪ ଓଭର୍‌ରେ ଗୋଟିଏ ମେଡେନ୍‌ ସହ ମାତ୍ର ୧୬ ରନ୍ ବ୍ୟୟ କରିଥିବାବେଳେ କୃନାଲ୍‌ ସମାନ ସଂଖ୍ୟକ ଓଭର୍‌ରେ ୧୫ ରନ୍ ଦେଇଥିଲେ। ଏମାନଙ୍କ ସହ ସ୍ପିଡ୍ ଷ୍ଟାର୍‌ ଯଶପ୍ରୀତ ବୁମ୍ରା ଓ ଉମେଶ ଯାଦବ ପ୍ରତ୍ୟେକ ଗୋଚିଏ ଲେଖାଏ ୱିକେଟ୍ ଅକ୍ତିଆର୍ କରିଥିଲେ।

ଟସ୍‌ ଜିତି ପ୍ରଥମେ ଫିଲ୍‌ଡିଂ କରିଥିବା ଟିମ୍ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ୍ ଶର୍ମାଙ୍କ ନିଷ୍ପତ୍ତିକୁ ଯଥାର୍ଥ ପ୍ରମାଣିତ କରି ଭୁବନେଶ୍ୱର କୁମାର୍‌ଙ୍କ ବଦଳରେ ଶେଷ ମୁହୂର୍ତ୍ତରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଉମେଶ ଯାଦବ୍ ନିଜ ଦ୍ୱିତୀୟ ତଥା ଇନିଂସର ତୃତୀୟ ଓଭର୍‌ରେ ଅଭିଜ୍ଞ ରାମ୍‌ଦିନ୍‌ଙ୍କୁ ୱିକେଟ୍ କିପର୍ ଦିନେଶ କାର୍ତ୍ତିକଙ୍କ ହାତରେ କ୍ୟାଚ୍ କରାଇ ଭ୍ରମଣକାରୀ ଦଳକୁ ପ୍ରଥମ ଝଟକା ଦେଇଥିଲେ। ପରେ ନିର୍ଭରଯୋଗ୍ୟ ଶାଇ ହୋପ୍‌ ଦୁର୍ଭାଗ୍ୟଜନକ ସ୍ଥିତିରେ ରନ୍ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିବାବେଳେ ନିଜ ପ୍ରଥମ ତଥା ଇନିଂସ୍‌ର ପଞ୍ଚମ ଓଭର୍‌ରେ ବିସ୍ପୋରକ ଶିମରନ୍‌ ହେଟମୟାର୍‌ଙ୍କୁ କଟ୍ ବିହାଇଣ୍ଡ କରି ଇଣ୍ଡିଜ୍ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଏହି ପ୍ରାରମ୍ଭିକ ବିପର୍ଯ୍ୟୟରୁ ମୁକୁଳି ନପାରି କାର୍ଲସ୍‌ ବ୍ରାଥୱେଟ୍‌ଙ୍କ ଭ୍ରମଣକାରୀ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ୍ ହରାଇ ମାତ୍ର ୧୦୯ ରନ୍ କରିବାକୁ ସମର୍ଥ ହୋଇଥିଲା।

ମୁମ୍ବାଇର ବାମହାତୀ ବାମହାତୀ ଅଲ୍‌ରାଉଣ୍ଡର୍‌ ହାର୍ଦ୍ଦିକ-ଭ୍ରାତା କ୍ରୁନାଲ୍‌ ପାଣ୍ଡ୍ୟା ଓ ବାମହାତୀ ଦ୍ରୁତ ବୋଲର୍‌ ଖଲିଲ୍‌ ଅହମ୍ମଦ ଏହି ମ୍ୟାଚ୍‌ରେ ନିଜ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି କ୍ୟାରିଅର୍‌ ଆରମ୍ଭ କରିଥିବାବେଳେ  ୱେଷ୍ଟଇଣ୍ଡିଜ୍‌ର ତିନି ଖେଳାଳି ଫ୍ୟାବିଆନ୍‌ ଆଲେନ୍‌, ଓଶାନେ ଥୋମାସ୍‌ ଓ ଖାରୀ ପିଅର୍‌ ମଧ୍ୟ ନିଜ ପ୍ରଥମ ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଛନ୍ତି।



from Odisha Reporter https://ift.tt/2D2ZFId

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages