ମରାଠା ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲେ ସରକାର, ମିଳିବ ୧୬% ସଂରକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 29, 2018

ମରାଠା ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲେ ସରକାର, ମିଳିବ ୧୬% ସଂରକ୍ଷଣ

ମୁମ୍ବାଇ: ମରାଠା ସଂପ୍ରଦାୟ ପକ୍ଷରୁ ସଂରକ୍ଷଣ ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଗରେ ମହାରାଷ୍ଟ୍ର ସରକାର ଶେଷରେ ମୁଣ୍ଡ ନୁଆଁଇଛନ୍ତି। ମରାଠା ସଂପ୍ରଦାୟଙ୍କୁ ବିଭିନ୍ନ କ୍ଷେତ୍ରରେ ୧୬% ସଂରକ୍ଷଣ ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ସରକାର ଏକ ବିଲ୍ ପାସ୍‌ କରାଇଛନ୍ତି। ଶ୍ରୀ ଫଡ଼ନାଭିସ ଏସଂକ୍ରାନ୍ତ ଏକ ବିଲ୍‌ ପ୍ରଥମେ ମହାରାଷ୍ଟ୍ର ବିଧାନସଭାରେ ଉପସ୍ଥାପନ କରିଥିଲେ। ଏହାକୁ ଅନ୍ୟ ସଦସ୍ୟ ଏପରି କି ବିରୋଧୀ ଦଳଗୁଡ଼ିକର ବିଧାୟକମାନେ ମଧ୍ୟ ସମର୍ଥନ କରିଥିଲେ।

ଶେଷରେ ସର୍ବସମ୍ମତିକ୍ରମେ ମରାଠା ସଂରକ୍ଷଣ ବିଲ୍‌ ବିଧାନସଭାରେ ପାସ୍‌ ହୋଇଥିଲା। ବିରୋଧୀ ଦଳଗୁଡ଼ିକ ଏହି ବିଲ୍‌ ପାସ୍‌ କରାଇବାରେ ସହଯୋଗ କରିଥିବାରୁ ଶ୍ରୀ ଫଡ଼ନାଭିସ୍‌ ବିରୋଧୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ବିଲ୍‌ ଅନୁଯାୟୀ, ମରାଠା ସଂପ୍ରଦାୟର ଲୋକଙ୍କୁ ଶିକ୍ଷାନୁଷ୍ଠାନରେ ନାଁ ଲେଖାଇବା ବେଳେ ଏବଂ ସରକାରୀ ଚାକିରି କ୍ଷେତ୍ରରେ ୧୬% ସଂରକ୍ଷଣ ମିଳିବ। ଏବେ ଏହି ବିଲ୍‌ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି।

ମହାରାଷ୍ଟ୍ରରରେ ଏବେ ୩୦% ଲୋକ ହେଉଛନ୍ତି ମରାଠା ସଂପ୍ରଦାୟର। ଏମାନେ ସଂରକ୍ଷଣ ପାଇଁ ଦୀର୍ଘଦିନରୁ ଦାବି କରି ଆସୁଥିଲେ। ହେଲେ ସରକାର ଏହାକୁ ଖାତିର କରୁ ନଥିଲେ। କିନ୍ତୁ ୨୦୧୯ ନିର୍ବାଚନ ଆଗକୁ ଥିବାରୁ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ସରକାର ନିଜର ଭୋଟ୍‌ ବ୍ୟାଙ୍କକୁ ସୁଦୃଢ଼ କରିବାକୁ ଏଭଳି ସଂରକ୍ଷଣ ବିଲ୍‌ ପାସ୍‌ କରିଥିବା କୁହାଯାଉଛି।



from Odisha Reporter https://ift.tt/2Sg5DcX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages