
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା କନ୍ଧମାଳର ଜଗା କାଳିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି। ଜଗା କାଳିଆ ସୁସ୍ଥ ହୋଇନଥିବା ଉଲ୍ଲେଖ କରି ସେମାନଙ୍କ ଚିକିତ୍ସା ଏମ୍ସରେ ଜାରି ରଖିବାକୁ ନବୀନ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଲେଖିଛନ୍ତି, “ଯେପର୍ଯ୍ୟନ୍ତ ଜଗା କାଳିଆ ସମ୍ପୂର୍ଣ୍ଣ ଫିଟ୍ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଚିକିତ୍ସା କରାଯାଉ। ଉଭୟଙ୍କ ଚିକିତ୍ସା ଖର୍ଚ୍ଚ ଦେବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।”
ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବାବେଳେ କନ୍ଧମାଳର ଏହି ଦୁଇ ଶିଶୁ ଜଗା କାଳିଆଙ୍କ ସମ୍ପର୍କରେ ଓଟିଭି ପ୍ରଥମେ ଖବର ପ୍ରସାରଣ କରିଥିଲା। ଏହାପରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇ ଥିଲେ। ଉଭୟଙ୍କୁ ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର କରି ଅଲଗା କରାଯାଇଥିଲା। ବର୍ତ୍ତମାନ ସେମାନେ ସୁସ୍ଥ ଅଛନ୍ତି।
from Odisha Reporter https://ift.tt/2Qklvxy
No comments:
Post a Comment