
ଦୁବାଇ: ଭାରତରେ ଜନ୍ମିତ ନ୍ୟୁଜିଲ୍ୟାଣ୍ଡ ବୋଲର ଏଜାଜ ପଟେଲ୍ଙ୍କ ଘାତକ ବୋଲିଂ ଆଗରେ ପାକିସ୍ତାନ ବ୍ୟାଟସ୍ମ୍ୟାନ୍ ଧରାଶାୟୀ ହୋଇଥିଲେ। ଫଳରେ ପ୍ରଥମ ଟେଷ୍ଟକୁ ଜିତିବାକୁ ଆଶା ରଖିଥିବା ପାକିସ୍ତାନ ଶେଷରେ ଏହାକୁ ୪ ରନ୍ରେ ହାରିଗଲା।
୧୭୬ ରନ୍ର ଟାର୍ଗେଟର ପିଛା କରୁଥିବା ପାକିସ୍ତାନ ମାତ୍ର ୧୭୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ପାକିସ୍ତାନକୁ ଅପ୍ରତ୍ୟାଶିତ ଭାବେ ପରାସ୍ତ କରିଥିବା ନ୍ୟୁଜିଲ୍ୟାଣ୍ଡ ବେଶ ନିଆରା ଢଙ୍ଗରେ ଉତ୍ସବ ମନାଇଥିଲା।
ଦଳ ଡ୍ରେସିଂ ରୁମ୍କୁ ଫେରିବା ପରେ ଖେଳାଳିମାନେ ଭାରତର ପ୍ରସିଦ୍ଧ ଭାଙ୍ଗଡ଼ା ନୃତ୍ୟ କରି ସେଲିବ୍ରେସନ୍ କରିଥିଲେ।
ଦଳରେ ୩ ଜଣ ଭାରତରେ ଜନ୍ମିତ ଖେଳାଳି ଥିଲେ। ସେମାନେ ହେଲେ ଇଶ ଶୋଢ଼ି. ଏଜାଜ୍ ପଟେଲ୍ ଓ ଜିତ୍ ରାଭାଲ। ଏମାନେ ଭାରତୀୟ ଵଂଶୋଦ୍ଭବ ହୋଇଥିବାରୁ ଭାଙ୍ଗଡ଼ା ସହ ଏମାନଙ୍କ ପରିଚୟ ବେଶ ପୁରୁଣା।
ତେଣୁ ଦଳର ଦୁଇ ଜଣ ଖେଳାଳି “ ମୁଣ୍ଡିଆନ୍ ତୋ ବଚ୍କେ” ଗୀତ ଗାଇବା ସହ ଭାଙ୍ଗଡ଼ା କରିଥିଲେ। ଗତକାଲି ଶେଷ ହୋଇଥିବା ମ୍ୟାଚ୍ରେ ଏଜାଜ ପଟେଲ୍ ୫ଟି ୱିକେଟ୍ ନେଇଥିବା ବେଳେ ଇଶ୍ ଶୋଢ଼ି ୨ଟି ୱିକେଟ୍ ନେଇଥିଲେ।
New Zealand players celebrating the win in Abu Dhabi with a bit of bhangra #PAKvNZ pic.twitter.com/UJNN0FRnH7
— Saj Sadiq (@Saj_PakPassion) November 19, 2018
from Odisha Reporter https://ift.tt/2QY8LKf
No comments:
Post a Comment