ରାଲି ନ କରିବାକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିଲା କଂଗ୍ରେସ: ଓୱେସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ରାଲି ନ କରିବାକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିଲା କଂଗ୍ରେସ: ଓୱେସୀ

ହାଇଦ୍ରାବାଦ: ସର୍ବାଦ ବିଜେପିକୁ ସମାଲୋଚନା କରୁଥିବା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସୀ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କୁ ତେଲେଙ୍ଗାନାରେ ନିର୍ବାଚନ ଶୋଭାଯାତ୍ରା ନ କରିବା କଂଗ୍ରେସ ୨୫ ଲକ୍ଷ ଟଙ୍କାର ଲାଞ୍ଚ ଯାଚିଥିଲା ବୋଲି ଓୱେସୀ ଅଭିଯୋଗ ଆଣିଛନ୍ତି।

ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଓୱେସୀ କହିଛନ୍ତି, “ନିର୍ମଲ ନିର୍ବାଚନମଣ୍ଡଳୀରେ ଶୋଭାଯାତ୍ରା ଓ ସାଧାରଣ ସଭା ନ କରିବାକୁ କଂଗ୍ରେସ ମୋତେ କହିଥିଲା। ଏଥିପାଇଁ ଦଳର ପ୍ରାର୍ଥୀ ମୋତେ ୨୫ ଲକ୍ଷ ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ।

ଏଭଳି ଏକ ପାର୍ଟିକୁ ଆପଣମାନେ କ’ଣ କହିବେ? ୨୫ ଲକ୍ଷ ଟଙ୍କା ଦେଇ କଂଗ୍ରେସ ନିଜର ଅହଂକାର ଭାବ ପ୍ରକାଶ କରିଛି। ହେଲେ ମୁଁ ଟଙ୍କା ନେଇ ବିକ୍ରି ହେବା ଭଳି ଲୋକ ନୁହେଁ।”

ହାଇଦ୍ରାବାଦର ସାଂସଦ ଓୱେସୀ ନିଜ କଥାକୁ ସତ ବୋଲି ପ୍ରମାଣ କରିବା ପାଇଁ ଏକ ଫୋନ ରେକର୍ଡ ରଖିଛନ୍ତି ବୋଲି କହିଛନ୍ତି। ଏଥିସହ ସେ ଭୋଟରମାନଙ୍କ ଏଭଳି କାର୍ଯ୍ୟ ଏବଂ ଲୋକଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

ତେଲେଙ୍ଗାନା ବିଧାନସଭା ପାଇଁ ଡିସେମ୍ବର ୭ରେ ଭୋଟ୍‌ ଗ୍ରହଣ ହେବ।



from Odisha Reporter https://ift.tt/2Q8Pqcd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages