
ଇସ୍ଲାମାବାଦ: ପୂର୍ବତନ ପାକିସ୍ତାନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଆଜି ପୁଣିଥରେ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମତଦେଇ ଚର୍ଚ୍ଚାକୁ ଆସିଛନ୍ତି। ପାକିସ୍ତାନ ସରକାର ବାରମ୍ବାର କଶ୍ମୀର ସମସ୍ୟା କଥା ଉଠାଉଥିବାରୁ ଏହାର ଜବାବ ଦେଇଛନ୍ତି ଆଫ୍ରିଦି। ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ନାଁ ନେଇ ନଥିଲେ ହେଁ ସରକାରଙ୍କୁ ପ୍ରଥମେ ନିଜ ପାଖରେ ଥିବା ୪ଟି ଯାକ ପ୍ରଦେଶରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରନ୍ତୁ ଏବଂ ପରେ କଶ୍ମୀର କଥା ଚିନ୍ତା କରିବେ ବୋଲି କହିଛନ୍ତି।

ଲଣ୍ଡନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଫ୍ରିଦି କହିଛନ୍ତି, ପାକିସ୍ତାନ ସରକାର କଶ୍ମୀର ନିଜର ବୋଲି ଦାବି କରିବା ବନ୍ଦ କରୁ। କାରଣ ସରକାର ନିଜ ପାଖରେ ଥିବା ୪ଟି ପ୍ରଦେଶର ଦାୟିତ୍ୱ ନେଇପାରୁନାହାନ୍ତି। ପାକିସ୍ତାନ କଶ୍ମୀର ଚାହୁଁନାହିଁ ବୋଲି ସେ କହିଛନ୍ତି।
ତେବେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣରୁ ନିଜ ଦେଶକୁ ରକ୍ଷା କରିପାରୁନାହିଁ ବୋଲି ଆଫ୍ରିଦି ସ୍ୱୀକାର କରିଥିବା ବେଳେ କଶ୍ମୀରରେ ଲୋକଙ୍କ ମୃତ୍ୟୁ ତାଙ୍କୁ ବାଧୁଛି ବୋଲି କହିଛନ୍ତି।

ସେ କହିଛନ୍ତି, ପାକିସ୍ତାନ କଶ୍ମୀର ଚାହୁଁନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଭାରତକୁ ଏହା ଦିଆଯାଉ। ସବୁ ସମସ୍ୟାର ଅନ୍ତ ଘଟାଇବାକୁ ହେଲେ କଶ୍ମୀରକୁ ଏକ ଦେଶ ଭାବେ ପରିଗଣିତ କରାଯାଉ। ଏପରି ହେଲେ ସେଠାରେ ଆଉ କେହି ବି ପ୍ରାଣ ହରାଇବେ ନାହିଁ ଏବଂ ମାନବଜାତି ସବୁଦିନ ପାଇଁ ବଞ୍ଚି ରହିବ ବୋଲି ସେ ମତ ଦେଇଛନ୍ତି।
from Odisha Reporter https://ift.tt/2qKyAC1
No comments:
Post a Comment