
କଟକ(ଓଡ଼ିଶା ରିପୋର୍ଟର): ଅଢେଇ ମାସ ଧରି ଚାଲିଥିବା ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। କାଲିଠାରୁ କାର୍ଯ୍ୟରେ ଯୋଗଦେବେ ଆଇନଜୀବୀ। ପୁଲିସ୍-ଓକିଲ ବିବାଦ ମାମଲାରେ ଜଣେ ହାବିଲଦାର ଓ ୨ଜଣ କନଷ୍ଟେବଲ ଆଜି ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିବା ପରେ ବିବାଦର ସମାଧାନ ହୋଇଛି। ଏହାପରେ ବାର୍ ସାଧାରଣ ପରିଷଦ ବୈଠକ ବସିଥିଲା। ଯେଉଁଥିରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ହାଇକୋର୍ଟ ଓକିଲ ସଂଘ ସଭାପତି ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କଟକରେ ଜଣେ ଓକିଲଙ୍କୁ ପୁଲିସ୍ କର୍ମଚାରୀ ମାଡ଼ ମାରିବା ଅଭିଯୋଗ କରି ଅଗଷ୍ଟ ୨୯ ତାରିଖରୁ ଓକିଲମାନେ ଆନ୍ଦୋଳନ ଚଳାଇଥିଲେ। ଏଥିଯୋଗୁ କୋର୍ଟ କାର୍ଯ୍ୟ ଚାଲି ପାରୁ ନଥିଲା। ଏହାର ସମାଧାନ ଲାଗି ପୂର୍ବରୁ ଅନେକ ଥର ଚେଷ୍ଟା କରାଯାଇଥିଲା। ଓକିଲମାନଙ୍କ ଆନ୍ଦୋଳନ ଯୋଗୁ ଜେଲ୍ରେ ଅଭିଯୁକ୍ତଙ୍କ ସଂଖ୍ୟା ବଢି ଚାଲିଥିଲା। ଏହାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ କ୍ୟାମ୍ପ କୋର୍ଟ ମଧ୍ୟ କରାଯାଇଥିଲା।
from Odisha Reporter https://ift.tt/2DllgLZ
No comments:
Post a Comment