
ନୂଆଦିଲ୍ଲୀ: ରାଫେଲ୍ ଯୁଦ୍ଧ ବିମାନ ଡିଲ୍ରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ। ଏପରି କି ରାଫେଲ୍ ଯୁଦ୍ଧ ବିମାନ ସମ୍ପର୍କରେ ବିସ୍ତୃତ ତଥ୍ୟ ବନ୍ଦ ଲଫାପାରେ ୧୦ ଦିନ ମଧ୍ୟରେ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୋର୍ଟଙ୍କୁ କେନ୍ଦ୍ର ସରକାର ରାଫେଲ୍ ଡିଲ୍ର ବିସ୍ତୃତ ତଥ୍ୟ ଦେବେନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଦେଶର ଯୁଦ୍ଧାସ୍ତ୍ର ସମ୍ପର୍କିତ ତଥ୍ୟ ସୁରକ୍ଷା ଦୃଷ୍ଟିରୁ କାହାକୁ ଦିଆଯାଇ ପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯିବା ସହ ଏ ସମ୍ପର୍କରେ ଏକ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରାଯିବ ବୋଲି ଜଣାପଡ଼ିଛି।
‘ଦି ଟାଇମ୍ସ ଅଫ୍ ଇଣ୍ଡିଆ’ରେ ପ୍ରକାଶିତ ଖବର ଅନୁଯାୟୀ, ରାଫେଲ୍ ଯୁଦ୍ଧ ବିମାନ ତଥ୍ୟ ସିକ୍ରେସି ଆଇନ୍ ଅଧୀନରେ ଆସୁଥିବାରୁ ସଂସଦକୁ ମଧ୍ୟ ଅବଗତ କରାଯାଇ ନାହିଁ। ରାଫେଲ୍ ଯୁଦ୍ଧ ବିମାନ ତଥ୍ୟ ସାର୍ବଜନୀନ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି ବେଳେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ କେକେ ଭେନୁଗୋପାଲ୍ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଆଗରେ ସମାନ କଥା କହିଥିଲେ।
ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ରାଫେଲ୍ ଜେଟ୍ର ମୂଲ୍ୟ ବିଷୟରେ ସଂସଦକୁ ତଥ୍ୟ ଦେଇଛନ୍ତି। ହେଲେ ଏଥିରେ ଯୁଦ୍ଧାସ୍ତ୍ର ଖଞ୍ଜିବା ପରେ ଏହାର ମୂଲ୍ୟ କେତେ ରହିଛି, ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

ଦେଶର ସୁରକ୍ଷା ଦୃଷ୍ଟିରୁ ଲୋଡେଡ୍ ରାଫେଲ୍ ଜେଟ୍ର ମୂଲ୍ୟ ସାର୍ବଜନୀନ କରାଯାଇ ନଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ସରକାର ରାଫେଲ୍ ଯୁଦ୍ଧ ବିମାନ ନିର୍ମାଣ କରୁଥିବା ଫ୍ରାନ୍ସ କମ୍ପାନୀ ଡାସଲଟ୍ ସହ ଇଣ୍ଟର-ଗଭର୍ଣ୍ଣମେଣ୍ଟାଲ୍ ଚୁକ୍ତି କରିଛନ୍ତି। ତେଣୁ ସରକାର ଏସବୁକୁ ଦୃଷ୍ଟିରେ ରଖି ତଥ୍ୟ ସାର୍ବଜନୀନ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇବେ।
ବିରୋଧଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ୟୁପିଏ ସରକାର ଫ୍ରାନ୍ସଠାରୁ ୧୨୬ଟି ରାଫେଲ୍ ଜେଟ୍ କିଣିବ ବୋଲି ଚୁକ୍ତି କରିଥିଲେ। ତେବେ ବର୍ତ୍ତମାନର କ୍ଷମତାସୀନ ଏନ୍ଡିଏ ସରକାର ଏହି ଚୁକ୍ତିକୁ ବାତିଲ କରି ୩୬ଟି ରାଫେଲ୍ ଯୁଦ୍ଧ ବିମାନ କିଣିବେ ବୋଲି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। କିନ୍ତୁ ୟୁପିଏ ସରକାରଙ୍କ ତୁଳନାରେ ଏନ୍ଡିଏ ସରକାର ଅଧିକ ଅର୍ଥ ଏଥିପାଇଁ ଖର୍ଚ୍ଚ କରିବେ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ତେବେ ସୁପ୍ରିମକୋର୍ଟ ଯେଉଁ ୩୬ଟି ରାଫେଲ୍ ଯୁଦ୍ଧ ବିମାନ କିଣା ସମ୍ପର୍କରେ ଅନ୍ୟ ଯେଉଁ ତଥ୍ୟ ମାଗିଛନ୍ତି, ତାହା ବନ୍ଦ ଲଫାପାରେ କେନ୍ଦ୍ର ସରକାର ଦେବେ। ଏପରି କି ଏହାକୁ କେବଳ ବିଚାରପତିମାନେ ଦେଖିପାରିବେ। ଏହି ତଥ୍ୟକୁ କୌଣସି ଆବେଦନକାରୀଙ୍କୁ ଦିଆଯିବ ନାହିଁ।
from Odisha Reporter https://ift.tt/2OihHYB
No comments:
Post a Comment