
ଅଯୋଧ୍ୟା: ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଥିବା ବାବ୍ରୀ ମସ୍ଜିଦ୍ ଢାଞ୍ଚା ଉପରେ ରାମ ମନ୍ଦିର ମନ୍ଦିର ହେବ କି ନା ତାହା ଅଲଗା କଥା, କିନ୍ତୁ ଶିବସେନାର ହୁଙ୍କାର ହୋଟେଲ ବ୍ୟବସାୟ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି।
୧୯୯୨ ମସିହା ପରି ଏଥର ମଧ୍ୟ ଅଯୋଧ୍ୟାରେ ଛାଇଯାଇଛି ଗେରୁଆ ଝଣ୍ଡା। ଆଉ ଶୁଭୁଛି ‘ପ୍ରଥମେ ମନ୍ଦିର, ତା’ପରେ ସରକାର’ର ନାରା। ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱରେ ଶିବସେନା କର୍ମୀ ହଜାର ହଜାର ସଂଖ୍ୟାରେ ଏକାଠି ହେଉଛନ୍ତି।
ଶିବସେନା କରିଥିବା ଦାବି ଅନୁଯାୟୀ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ୩ରୁ ୪ ହଜାର ସେନିକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଆସୁଛନ୍ତି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ୨୨ ସାଂସଦ ଏବଂ ୬୨ ବିଧାୟକ ଯୋଗ ଦେବାର ଅଛି। ସେମାନଙ୍କ ରହିବା ପାଇଁ ଅଯୋଧ୍ୟାର ସମସ୍ତ ହୋଟେଲ୍ ବୁକ୍ ହୋଇଯାଇଛି।
ଆଉ ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମଧ୍ୟ ପଛରେ ପଡ଼ିନାହିଁ। ୧୩୨୨ଟି ବସ୍, ୧୫୪୬ଟି ଚାରି ଚକିଆରେ ୮୦ ହଜାର ସ୍ୱୟଂସେବକ ଅଯୋଧ୍ୟା ପହଞ୍ଚିବାର ଅଛି। ସେମାନଙ୍କୁ ବାଟ କଢ଼ାଇନେବାପାଇଁ ୧୪ ହଜାର ଜଣ ମୋଟରସାଇକେଲ୍ ଯୋଗେ ଏବଂ ୧୫ ହଜାର ଜଣ ଟ୍ରେନ୍ ଯୋଗେ ପହଞ୍ଚିବେ।
ଉତ୍ତରପ୍ରଦେଶ ପୁଲିସ୍ ପକ୍ଷରୁ ଜଣେ ଏଡିଜି, ଜଣେ ଡିଆଇଜି, ୩ ଜଣ ବରିଷ୍ଠ ଏସ୍ପି, ୧୦ଜଣ ଅତିରିକ୍ତ ଏସ୍ପି, ୧୬୦ ଇନ୍ସିପେକ୍ଟର, ୭୦୦ କନ୍ଷ୍ଟେବଲ୍, ୪୨ କମ୍ପାନୀ ସଶସ୍ତ୍ର ବାହିନୀ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ୫ କମ୍ପାନୀ ରାପିଡ୍ ଆକ୍ସନ୍ ଫୋର୍ସ, ଏଟିଏସ୍ କମାଣ୍ଡୋ ଏବଂ ଡ୍ରୋନ୍ ମଧ୍ୟ ନିୟୋଜିତ କରାଯାଇଛି।
from Odisha Reporter https://ift.tt/2r1WWYh
No comments:
Post a Comment