
ଓଟାୱା: ସୁନା ଦୋକାନରୁ ଚୋରି ହେଉଥିବା ଅନେକ ସିସିଟିଭି ଭିଡିଓ ଆପଣ ଦେଖିଥିବେ। ଚୋରି କରୁଥିବା ସମୟରେ ଚୋର ସମ୍ପୂର୍ଣ୍ଣ ଦୋକାନରେ କଳାକନା ବୁଲାଇ ଦେଇଥାନ୍ତି। କିନ୍ତୁ କ୍ୟାନାଡାର ଏକ ଭାରତୀୟ ସୁନା ଦୋକାନରେ ଚୋରି କରିବା ସମୟରେ ଚୋରମାନେ ହରଡ଼ଘଣାରେ ପଡ଼ିଛନ୍ତି। ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଦୋକାନରେ ଥିବା କର୍ମଚାରୀ ଜଣକ ଗ୍ରାହକଙ୍କୁ ସୁନା ଦେଖାଉଛନ୍ତି। ଠିକ୍ ଏହି ସମୟରେ ଦୁଇଜଣ ଚୋର ହାତୁଡ଼ିରେ ଦୋକାନର ସାମ୍ନା ପଟ କାଚକୁ ଭାଙ୍ଗିବାରେ ଲାଗିଛନ୍ତି। ଏହା ଦେଖି ଦୋକାନ କର୍ମଚାରୀ ଭୟଭୀତ ହୋଇ ଦୌଡ଼ି ଯାଉଛନ୍ତି, କିନ୍ତୁ କିଛି ସମୟ ପରେ ତିନିଜଣ କର୍ମଚାରୀ ତିନୋଟି ଖଣ୍ଡା ଧରି ସେହି ସ୍ଥାନକୁ ଆସୁଛନ୍ତି।
କର୍ମଚାରୀ ଖଣ୍ଡା ଦେଖାଇ ଚୋରଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରୁଛନ୍ତି। ଚୋରମାନେ ଖଣ୍ଡା ଦେଖି ଭୟଭୀତ ହୋଇ ଭିତରକୁ ଆସି ପାରି ନାହାନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ଚୋର ବନ୍ଧୁକ ଚଲାଇବା ପାଇଁ ଚେଷ୍ଟା ମଧ୍ୟ କରିଛି କିନ୍ତୁ ଖଣ୍ଡାକୁ ଦେଖି ଡ଼ରରେ ଚଲାଇ ପାରିନାହିଁ।
ସୁନା ଦୋକାନ କର୍ମଚାରୀ ଦେଖାଇଥିବା ସାହସ ପାଇଁ ଚୋରମାନେ ଚୋରି କରିପାରି ନ ଥିଲେ।
ରିପୋର୍ଟ ଅନୁସାରେ ଏହି ସୁନା ଦୋକାନଟି କାନାଡାର ମିସିସାଉଗାରେ ରହିଛି। ଏହି ଭିଡିଓଟି ବୁଧବାର ଶୁଟ୍ ହୋଇଛି। ଏହି ଭିଡିଓଟି ଫେସ୍ବୁକ୍ରେ ପୋଷ୍ଟ ହେବା ପରେ ୟୁଜର୍ସମାନେ ବହୁଳ ମାତ୍ରାରେ ସେୟାର କରିଥିଲେ ଏବଂ କର୍ମଚାରୀଙ୍କ ସାହାସିକତା ପାଇଁ ସାବାସୀ ମଧ୍ୟ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଦିନ ଆଲୋକରେ ହିଁ ଏହି ସମସ୍ତ ଘଟଣା ଘଟିଛି ଓ ଦୋକାନରେ ଲାଗିଥିବା କ୍ୟାମେରାରେ ଏହି ସମସ୍ତ ଦୃଶ୍ୟ କଏଦ୍ ହୋଇଥିଲା।
ଦୋକାନ ମାଲିକଙ୍କ କହିବା ଅନୁଯାୟୀ ଏହି ଖଣ୍ଡାକୁ ତାଙ୍କ ପରିବାର ଲୋକ ଉପହାର ଦେଇଥିଲେ, ଯାହାକୁ ସେ ଅସମୟରେ ବ୍ୟବହାର କରିଥିଲେ ଏବଂ ଦୋକାନରେ ବିଶେଷ କିଛି କ୍ଷତି ମଧ୍ୟ ହୋଇନାହିଁ।
Punjabis at Ashok Jewellers fight off a robbery in Mississauga today evening. All caught on CCTV.
Kirpal Bhogal यांनी वर पोस्ट केले बुधवार, २१ नोव्हेंबर, २०१८
from Odisha Reporter https://ift.tt/2FBsC0r
No comments:
Post a Comment