ଡୁପ୍ଲିକେଟ୍‌ ଚାବିରେ ଲୁଟିଥିଲେ ୪୦ ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଡୁପ୍ଲିକେଟ୍‌ ଚାବିରେ ଲୁଟିଥିଲେ ୪୦ ଲକ୍ଷ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡୁପ୍ଲିକେଟ ଚାବିରେ ଏସ୍‌ବିଆଇର ୪୦ ଲକ୍ଷ ଚଳୁ କରିଥିଲେ ଘରୋଇ ସଂସ୍ଥାର ଡ୍ରାଇଭର ଓ ତାର ସହଯୋଗୀ। ଟଙ୍କା ହଡ଼ପ ହେବାର ୭ ଦିନ ପରେ କମିଶନରେଟ ପୁଲିସ ସଂପୃକ୍ତ ଡ୍ରାଇଭର ରତିକାନ୍ତ ରାଉତ ଓ ତାର ସହଯୋଗୀ ଅଜିତ୍ କୁମାରକୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ୩୭ ଲକ୍ଷ ଟଙ୍କା ଜବତ କରିଛି। ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ନେବା ବେଳେ ଏଭଳି ହଡ଼ପ କରିଥିବା ଜଣାପଡ଼ିଛି।
 
ଯୋଜନା ମୁତାବକ, ଘରୋଇ ଏଜେନ୍ସିର ଅଗୋଚରରେ ଡ୍ରାଇଭର ଦୁଇଟି ଡୁପ୍ଲିକେଟ ଚାବି କରିଥିଲା। ଗୋଟିଏ ଏଟିଏମ୍‌ ଟଙ୍କା ଯାଉଥିବା କ୍ୟାଶ୍ ବକ୍ସର ଓ ଅନ୍ୟଟି ଗାଡ଼ି ବାହାର ଲକିଂ ବ୍ୟବସ୍ଥାର। ଗତ ୫ ତାରିଖରେ ଏସ୍‌ବିଆଇର ୨ କୋଟି ୫୮ଲକ୍ଷ ଟଙ୍କା ଭୁବନେଶ୍ୱରର ୧୧ଟି ଏଟିଏମ୍‌ରେ ଭର୍ତ୍ତି ହେବାକୁ ଯାଉଥିବା ବେଳେ ସେଥିରୁ ୪୦ ଲକ୍ଷ ହଡ଼ପ ହୋଇଥିଲା।
ଗନ୍‌ମ୍ୟାନ୍‌ ଓ ଦୁଇ ଜଣ କର୍ମଚାରୀ ଗୋଟିଏ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ବେଳେ ତାର ସୁଯୋଗ ନେଇ ଡ୍ରାଇଭର କ୍ୟାଶବକ୍ସରୁ ୪୦ ଲକ୍ଷ ଟଙ୍କା ହଡ଼ପ କରିଥିଲା। ଟଙ୍କା ଡିପୋଜିଟ କରି କର୍ମଚାରୀ ଫେରିବା ବେଳେ ଡ୍ରାଇଭର ଫୋନ ଯୋଗେ ନିଜ ସହଯୋଗୀକୁ ଡକାଇ ହଡ଼ପ କରିଥିବା ୪୦ ଲକ୍ଷ ଟଙ୍କା ହସ୍ତାନ୍ତର କରିଥିଲା। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ।
 
କେମିତି ହୋଇଥିଲା ୪୦ ଲକ୍ଷ ଲୁଟ? କ’ଣ କରୁଥିଲେ ସୁରକ୍ଷା ଦାୟିତ୍ୱରେ ଥିବା ଗ୍ୟାଙ୍ଗମ୍ୟାନ? ଏହି ୪୦ ଲକ୍ଷ ଅର୍ଥ ହଡ଼ପ ଘଟଣାରେ ଆଉ କାହାର ସଂପୃକ୍ତି ରହିଛି କି? ଏଟିଏମ୍‌ ଟଙ୍କା ଡିପୋଜିଟ ବେଳେ ଘରୋଇ ଏଜେନ୍ସି  ଏସଓପି ମାନୁ ନାହାନ୍ତି କି ? ଘରୋଇ ଏଜେନ୍ସିରେ ନିଯୁକ୍ତି ପାଉଥିବା କର୍ମଚାରୀଙ୍କର ପୁଲିସ ଭେରିଫିକେସନ ହେଉଛି କି ନାହିଁ, ସେନେଇ ଖୋଳତାଡ଼  କରୁଛି ପୁଲିସ।


from Odisha Reporter https://ift.tt/2Flh5T2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages