ବିବାହ ମଣ୍ଡପକୁ ଏମିତି ଧମାକାଦାର୍‌ ଏଣ୍ଟ୍ରି କରିବେ ରଣଭୀର୍‌ ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ବିବାହ ମଣ୍ଡପକୁ ଏମିତି ଧମାକାଦାର୍‌ ଏଣ୍ଟ୍ରି କରିବେ ରଣଭୀର୍‌ ସିଂହ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଅଭିନେତା ରଣଭୀର ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ନିଜ ପରିବାର ସହ ଏବେ ଇଟାଲୀରେ ଅଛନ୍ତି।  ନଭେମ୍ବର ୧୪ ଓ ୧୫ରେ ହେବାକୁ ଥିବା ଏହି ବିବାହ ଉତ୍ସବ ପାଇଁ ମଣ୍ଡପର ସାଜସଜ୍ଜା ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଇଭେଣ୍ଟ୍‌କୁ ‘ସାଦି ଅଫ୍‌ ଦି ଇୟର’ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।

ବାହାଘରରେ ଉଭୟ ରଣଭୀର୍‌ ଓ ଦୀପିକା କ’ଣ ପିନ୍ଧିବେ, ତାକୁ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଏବେ ରଣଭୀର୍‌ ବିବାହ ମଣ୍ଡପକୁ କେମିତି ଏଣ୍ଟ୍ରି କରିବେ, ତାକୁ ନେଇ ଚର୍ଚ୍ଚା ଚାଲିଛି। କୁହାଯାଉଛି, ବିବାହ ବେଦିକୁ ରଣଭୀର୍‌ ଏକଦମ୍‌ ନିଆରା ଅନ୍ଦାଜ୍‌ରେ ଧମାକାଦାର୍‌ ଏଣ୍ଟ୍ରି କରିବେ।

ଆଜ୍ଞା ହଁ, ରଣଭୀର୍‌ ଘୋଡ଼ା କି କୌଣସି ବିଳାସପୂର୍ଣ୍ଣ କାର୍‌ରେ ଦୀପିକାଙ୍କୁ ନେବାକୁ ଆସିବେ ନାହିଁ। ସେ ଏକ ହିରୋଇକ୍‌ ଏଣ୍ଟ୍ରି କରିବେ। ରଣଭୀର୍‌ ନିଜ ପରିବାର ଏବଂ ବନ୍ଧୁମାନଙ୍କ ସହ ସି’-ପ୍ଲେନ୍‌(ସାମୁଦ୍ରିକ ବିମାନ)ରେ ବିବାହ ମଣ୍ଡପକୁ ଆସିବେ। ଏହି ସମୟରେ ତାଙ୍କ ସଂପର୍କୀୟମାନେ ମଧ୍ୟ ବିଳାସପୂର୍ଣ୍ଣ ଡଙ୍ଗା ସାହାଯ୍ୟରେ ବିବାହ ମଣ୍ଡପରେ ପହଞ୍ଚିବେ ବୋଲି ଜଣାପଡ଼ିଛି । ନିଜ ସଂପର୍କୀୟମାନଙ୍କ ପାଇଁ ରଣଭୀର୍‌ ଦୁଇଟି ଡଙ୍ଗା ବୁକ୍‌ କରିଥିବା ସୂଚନା ମିଳିଛି।

ରଣଭୀର୍‌ ଓ ଦୀପିକାଙ୍କ ବାହାଘରରେ ଅନେକ କିଛି ନିଆରା ବ୍ୟବସ୍ଥା ଦେଖିବାକୁ ମିଳିବ। ଚର୍ଚ୍ଚା ହେଉଛି, ଯେପରି ବିବାହ ବେଦିକୁ କେହି ସ୍ମାର୍ଟ ଫୋନ୍‌ ନେଇପାରିବେ ନାହିଁ, ସେହିଭଳି ବିବାହରେ ଏପରି ଏକ ଡିସ୍‌ (ଖାଦ୍ୟ) ତିଆରି ହେବ, ଯାହାକୁ ସେଫ୍ ଆଉ କେବେ, କୌଣସି ସ୍ଥାନରେ ବନାଇବେ ନାହିଁ। ବିବାହକୁ ଆସିଥିବା ଅତିଥି ‘ବର-ବଧୂ’ଙ୍କ ପାଇଁ କୌଣସି ଉପହାର ନ ଆଣି, ସେହି ଅର୍ଥକୁ ଚ୍ୟାରିଟେବଲ ଟ୍ରଷ୍ଟକୁ ଦେବେ। ବିବାହ ବେଦିକୁ ରଣଭୀର୍‌ଙ୍କ ଧମାକାଦାର୍‌ ଏଣ୍ଟ୍ରିର ଷ୍ଟାଇଲ୍‌ ସହିତ ବିବାହ ଉତ୍ସବରେ ଅନେକ ନିଆରା ବ୍ୟବସ୍ଥା। ଏବେ ବାସ୍‌ ଅପେକ୍ଷା ରହିଲା ବାହାଘରକୁ। ଦେଖାଯାଉ. ଏହି ଚର୍ଚ୍ଚିତ ବିବାହ ଉତ୍ସବରେ ଆଉ କ’ଣ କ’ଣ ନିଆରା ଜିନିଷସବୁ ଦେଖିବାକୁ ମିଳୁଛି।



from Odisha Reporter https://ift.tt/2qHkv8t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages