ଜନ୍ମଦିନରେ ଏମିତି କିଛି ଘୋଷଣା କଲେ କମଲ ହାସନ, ତାମିଲନାଡୁରେ ହଇଚଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ଜନ୍ମଦିନରେ ଏମିତି କିଛି ଘୋଷଣା କଲେ କମଲ ହାସନ, ତାମିଲନାଡୁରେ ହଇଚଇ

ଚେନ୍ନାଇ: ତାମିଲ ସୁପର୍‌ଷ୍ଟାର କମଲ ହାସନ ତାଙ୍କ ୬୪ତମ ଜନ୍ମ ଦିନରେ ଏକ ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ଏମ୍‌ଏନ୍‌ଏମ୍‌ ନାମକ ଏକ ରାଜନୀତିକ ଦଳ ଗଠନ କରିଥିବା କମଲ ହାସନ ନିକଟରେ ହେବାକୁ ଥିବା ତାମିଲନାଡୁର ସମସ୍ତ ୨୦ଟି ଯାକ ବିଧାନସଭା ଆସନର ଉପ ନିର୍ବାଚନରେ ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଛନ୍ତି।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ତାମିଲନାଡୁର ୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ସେସବୁ ନିର୍ବାଚନ ମଣ୍ଡଳୀରେ ୮୦% ଲେଖାଏ କର୍ମୀଙ୍କୁ ନିଯୁକ୍ତି ଦିଆ ସରିଲାଣି।

କେହି ଜାଣି ନାହାନ୍ତି ଉପ ନିର୍ବାଚନ ପାଇଁ ତାରିଖ କେବେ ଘୋଷଣା ହେବ। କିନ୍ତୁ ନିର୍ବାଚନ ଯେତେବେଳେ ହେଲେ ମଧ୍ୟ ଆମ ଦଳ ସମସ୍ତ ୨୦ଟି ଯାକ ଆସନରେ ପ୍ରାର୍ଥୀ ଦେବ ବୋଲି କମଲ ହାସନ କହିଛନ୍ତି।
ଶ୍ରୀଲଙ୍କାରେ ଚାଲିଥିବା ରାଜନୀତିକ ଅସ୍ଥିରତା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା କମଲ ହାସନ କହିଛନ୍ତି, “ ବର୍ତ୍ତମାନ ଆମ ଦେଶରେ ଅନେକ ପ୍ରସଙ୍ଗ ଅସମାପ୍ତ ହୋଇ ରହିଛି। ଏଭଳି ସ୍ଥିତିରେ ଅନ୍ୟ ଦେଶର ସମସ୍ୟା ଉପରେ ପ୍ରତିକ୍ରିୟା ଦେବା ଠିକ୍‌ ନୁହେଁ।”



from Odisha Reporter https://ift.tt/2JKHdVW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages