ଗାନ୍ଧିଙ୍କ ବାଟ ଆପଣାଇବେ ଚାଷୀ: ୧୫ ପରେ କରିବେ ରାଜ୍ୟବ୍ୟାପୀ ଆଇନ୍‌ ଅମାନ୍ୟ ଆନ୍ଦୋଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଗାନ୍ଧିଙ୍କ ବାଟ ଆପଣାଇବେ ଚାଷୀ: ୧୫ ପରେ କରିବେ ରାଜ୍ୟବ୍ୟାପୀ ଆଇନ୍‌ ଅମାନ୍ୟ ଆନ୍ଦୋଳନ

farmer

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ଚାଷୀଙ୍କୁ ପୁଲିସ୍‌ ପୂରାଇ ନଦେବା ପରେ ସାରା ରାଜ୍ୟରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଅସନ୍ତୁଷ୍ଟ ଚାଷୀ ଆନ୍ଦୋଳନକୁ ଆଗକୁ ଜାରି ରଖିବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏଥିପାଇଁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବାଟରେ ରାଜ୍ୟର ଚାଷୀକୁଳ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

ଗାନ୍ଧିଜୀ ସତ୍ୟାଗ୍ରହ ଜରିଆରେ ଯେପରି ବ୍ରିଟିଶ ସରକାରଙ୍କୁ ଭାରତୀୟଙ୍କ ଦାବି ମାନିବାକୁ ଚାପି ସୃଷ୍ଟି କରିଥିଲେ ଠିକ ସେହିପରି ପ୍ରତି ପଞ୍ଚାୟତରେ ଚାଷୀ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରାଇସ୍, ପ୍ରେଷ୍ଟିଜ ଓ ପେନ୍‌ସନ୍‌ ଦାବିରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, “ଆସନ୍ତା ୧୨ ତାରିଖରେ ସମସ୍ତ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଧାରଣା ଓ ସତ୍ୟାଗ୍ରହ କରାଯିବ। ୧୫ ତାରିଖରେ ସମସ୍ତ ଥାନା ଆଗରେ ଚାଷୀମାନେ ଧାରଣା ଓ ସତ୍ୟାଗ୍ରହ କରିବେ। ୧୫ ତାରିଖ ପରେ ଆଇନ ଅମାନ୍ୟ ଆନ୍ଦୋଳନ ହେବ।”

ଏହାସହ ଚାଷୀଙ୍କ ପାଇଁ ଗଠିତ ମନ୍ତ୍ରିସ୍ତରୀୟ କମିଟି ସହ ଆଲୋଚନା ପାଇଁ ସେ ଏକ ସର୍ତ୍ତ ରଖିଛନ୍ତି। ୩୬ ଲକ୍ଷ କୃଷକଙ୍କ ପାଇଁ ୨୧ ହଜାର ୬ ଶହ କୋଟିର ସୁରକ୍ଷା ଭତ୍ତା ଦାବିକୁ ସରକାର ମାନି ନେବା ଉଚିତ ବୋଲି ଅକ୍ଷୟ କୁମାର କହିଛନ୍ତି।

ରାଜ୍ୟ ସରକାର ସୁରକ୍ଷା ଭତ୍ତା ନେଇ  ଅଧ୍ୟାଦେଶ ଆଣିବା ପରେ ଆଲୋଚନାକୁ ଡାକନ୍ତୁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଏନେଇ ବିଜେଡି ପ୍ରତିକ୍ରିୟା ରଖିଛି। କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, “କମିଟି ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ।”



from Odisha Reporter https://ift.tt/2OyZLJB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages