
ଆଡେଲାଏଡ୍: ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଥିବା ଦ୍ୱିତୀୟ ଦିନିକିଆରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯାହାକୁ ଦେଖିବା ପରେ ସମସ୍ତଙ୍କ ଭଳି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବେଳେ ଏଭଳି ଘଟଣା ଘଟିଥିଲା।
ଦକ୍ଷିଣ ଆଫ୍ରିକାର ବ୍ୟାଟସ୍ମ୍ୟାନ୍ ଆଡେନ୍ ମାର୍କମ ବ୍ୟାଟିଂ କରୁଥିବା ବେଳେ ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲର୍ ମିଚେଲ୍ ଷ୍ଟାକ୍ ବୋଲିଂ କରୁଥିଲେ। ଏହି ସମୟରେ ଷ୍ଟାକ୍ ଘଣ୍ଟାପ୍ରତି ୧୫୦.୮ କିମି ବେଗରେ ଏକ ବଲ୍ ମାର୍କମଙ୍କୁ ପକାଇଥିଲେ। ମାର୍କମ ମଧ୍ୟ ଏହାକୁ ବେଶ ଶକ୍ତିଶାଳୀ ଢଙ୍ଗରେ ହିଟ୍ କରିଥିଲେ। ଫଳରେ ବଲ୍ଟି ସିଧା ବାଉଣ୍ଡରୀ ବାହାରକୁ ଚାଲିଯାଇଥିଲା। ଏହା ଏକ ବିଶାଳ ଅର୍ଥାତ ୯୫ ମିଟର୍ ଛକା ହୋଇଥିଲା। ତେବେ ବଲ୍ଟି ବାଣ୍ଡରୀ ବାହାରେ ଅର୍ଥାତ ଦର୍ଶକଙ୍କ ଗ୍ୟାଲେରୀରେ ପଡ଼ିଥିଲା।
ଏହି ସମୟରେ ଜଣେ ଦର୍ଶକ ଏହି ଭୟଙ୍କର ତଥା ଦ୍ରୁତ ଗତିରେ ଆସୁଥିବା ବଲ୍ଟିକୁ ଆଖିପିଛୁଳାକେ କ୍ୟାଚ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲେ। ଏହି ଘଟଣାର ରିପ୍ଲେ ପଡ଼ିଆରେ ଲାଗିଥିବା ବଡ଼ ସ୍କ୍ରିନ୍ରେ ଦେଖାଇବା ପରେ କେବଳ ଦର୍ଶକ ନୁହନ୍ତି ପଡ଼ିଆରେ ଥିବା ଖେଳାଳିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କ୍ୟାଚ୍ ଧରିଥିବା ଦର୍ଶକ ଜଣଙ୍କ ମଧ୍ୟ ଖୁସିରେ ନାଚିବାକୁ ଲାଗିଥିଲେ।
ଅନ୍ୟପକ୍ଷରେ ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୩୧ ରନ୍ କରିଥିଲା। ଏହାର ଜବାବ୍ରେ ଦକ୍ଷିଣ ଆଫ୍ରିକା ୯ ୱିକେଟ୍ ହରାଇ ମାତ୍ର ୨୨୪ ରନ୍ କରିପାରିଥିଲା। ଫଳରେ ଅଷ୍ଟ୍ରେଲିଆ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ୧-୧କୁ ଆଣିଛି। ସିରିଜ୍ର ଅନ୍ତିମ ମ୍ୟାଚ୍ଟି ରବିବାର ଖେଳାଯିବ।
ଦେଖନ୍ତୁ ଭିଡିଓ
This was a serious shot off a rapid Starc delivery, but how's the catch from Old Mate in the crowd?! #AUSvSA pic.twitter.com/nvTl9Siwde
— cricket.com.au (@cricketcomau) November 9, 2018
from Odisha Reporter https://ift.tt/2PlkbLi
No comments:
Post a Comment