୨୭ରେ ବିଜେପିରେ ମିଶି ପାରନ୍ତି ଅପରାଜିତା ଷଡ଼ଙ୍ଗୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

୨୭ରେ ବିଜେପିରେ ମିଶି ପାରନ୍ତି ଅପରାଜିତା ଷଡ଼ଙ୍ଗୀ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ଆସନ୍ତା ୨୭ତାରିଖରେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇପାରନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିବେ ବୋଲି ଅପରାଜିତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଅବଶ୍ୟ ଏନେଇ ଆନୁଷ୍ଠାନିକ ଭାବେ କିଛି ଖବର ନାହିଁ ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି।

ସୂଚନା ଅନୁସାରେ, ସରକାରୀ ଚାକିରିରୁ ଅବସର ନେଇଥିବା ଶ୍ରୀମତୀ ଷଡ଼ଙ୍ଗୀ ଏବେ ଭୁବନେଶ୍ୱରରେ ଅଛନ୍ତି। ସେ ଆସନ୍ତା ୨-୩ଦିନ ମଧ୍ୟରେ ଦିଲ୍ଲୀ ଗସ୍ତରେ ଯିବେ। ୨୭ ତାରିଖରେ ଦଳର ଜାତୀୟ ସଭାପତି ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଓଡ଼ିଶା ଫେରିବା ପରେ ତାଙ୍କୁ ଡିସେମ୍ବର ୧ ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ।

ଅବଶ୍ୟ ବିଜେପିରେ ସାମିଲ ହେବା ସମ୍ପର୍କରେ ଅପରାଜିତାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ସୂଚନାଯୋଗ୍ୟ, ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଶ୍ରୀମତୀ ଷଡ଼ଙ୍ଗୀ ବିଜେପିରେ ସାମିଲ ହେବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2AeNk0j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages