ପୁଣି ସେନାକୁ ଅପମାନିତ କଲା କଂଗ୍ରେସ, ଚିଦାମ୍ବରମ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ପୁଣି ସେନାକୁ ଅପମାନିତ କଲା କଂଗ୍ରେସ, ଚିଦାମ୍ବରମ କହିଲେ ଏମିତି କଥା

ନୂଆଦିଲ୍ଲୀ: ପ୍ରଥମେ ସେନା ପକ୍ଷରୁ ପାକିସ୍ତାନରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ଫର୍ଜିକାଲ ଷ୍ଟ୍ରାଇକ୍‌ ବୋଲି କହିଥିବା କଂଗ୍ରେସ ଏବେ ପୁଣି ଦେଶର ବୀର ଯବାନଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛି। ଦଳର ବରିଷ୍ଠ ନେତା ପି ଚିଦାମ୍ବରମ୍‌ ଆଜି ସେନାର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠାଇବା ସହ ଆତଙ୍କବାଦୀ ହାଫିଜ୍‌ ସୟିଦର ଶକ୍ତିକୁ ପରୋକ୍ଷରେ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, ଅଲକାଏଦା ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ଙ୍କୁ ଯେମିତି ଅପରେସନ୍‌ ଜରିଆରେ ଆମେରିକା ହତ୍ୟା କରିଥିଲା ଭାରତୀୟ ସୁରକ୍ଷାକର୍ମୀ କେବେ ହେଲେ ହାଫିଜ୍‌ କ୍ଷେତ୍ରରେ ସମାନ ନୀତି ଆପଣଇବାକୁ ସାହସ ଜୁଟାଇ ପାରିବେ ନାହିଁ। ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ଆକ୍ରମଣ କରିବା ପରେ ବେଶ ଆରାମରେ କରାଚିରେ ରହିଥିଲା।

ଏହାପରେ ସେ ଏବେ ଚାରିଆଡ଼େ ଅନାୟସରେ ବୁଲି ପାରୁଛି। କିନ୍ତୁ ତାକୁ ଟାର୍ଗେଟ କରିବା ଭଳି କ୍ଷମତା ଆଉ ଦକ୍ଷତା ଆମ ପାଖରେ ନାହିଁ। ୨୦୦୮ ପରେ ଆମେ ତା’ର କିଛି କରିପାରି ନଥିଲୁ ଏବଂ ଏବେ ଯଦି କରିପାରିବୁ, ତା’ହେଲେ ମୁଁ ନିଶ୍ଚିତ ଆଶ୍ଚର୍ଯ୍ୟ ହେବି। ଯଦି ବି ଆମେ ଏବେ କିଛି କରିବାକୁ ଚେଷ୍ଟା କରିବା, ତା’ହେଲେ ଆମେ ନିଶ୍ଚିତ ବିଫଳ ହେବା। ଏହା ହେଉଛି ଆମର ସବୁଠାରୁ ବଡ଼ ଅସହାୟ ଅବସ୍ଥା ବୋଲି ସେ କହିବାକୁ ପଛାଇ ନାହାନ୍ତି।

ଏହାକୁ ନେଇ ବିଭିନ୍ନ ମହଲରେ ପି ଚିଦାମ୍ବରମଙ୍କୁ ସମାଲୋଚନା କରାଯାଇଛି।



from Odisha Reporter https://ift.tt/2FAiJjN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages