
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍ ଉଦ୍ଘାଟନୀ ସମାରୋହ ପାଇଁ ରାଜଧାନୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଷ୍ଟାଡିୟମରେ ସମାରୋହ ଦେଖି ନପାରିବେ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ୧୨ଟି ଏଲ୍ଇଡି ସ୍କ୍ରିନ ଲଗାଯିବ। ବିଶେଷ କରି ବଡ଼ ବଡ଼ ମଲ, ଖୋଲା ପଡ଼ିଆରେ ଏହି ଏଲ୍ଇଡିଗୁଡିକ ଲାଗିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ରାଜଧାନୀରେ ହେବାକୁ ଥିବା ଉଦ୍ଘାଟନୀ ସମାରୋହ ଦେଖିବାକୁ ଟିକେଟ୍ ନପାଇ ନିରାଶ ହୋଇଥିବା ଦର୍ଶକ ଏବେ ସମାରୋହରେ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ଏହି ଏଲ୍ଇଡି ସ୍କ୍ରିନ ଜରିଆରେ ନେଇପାରିବେ। ଏହାସହ ବିଶ୍ୱକପ୍ର ସମସ୍ତ ମ୍ୟାଚ୍ ମଧ୍ୟ ଏହି ଏଲ୍ଇଡି ସ୍କ୍ରିନ ଜରିଆରେ ଦେଖି ହେବ।
ଲିଙ୍ଗରାଜ ମନ୍ଦିର ଭଜନ ମଣ୍ଡପ ନିକଟ , ମାର୍କେଟ ବିଲଡିଂ ଓ ସହିଦନଗର ଦୁର୍ଗାମଣ୍ଡପ ଭଳି ବଛା ବଛା ୧୨ଟି ସ୍ଥାନରେ ବଡ଼ ବଡ଼ ଏଲ୍ଇଡ଼ି ସ୍କ୍ରିନ ଲାଗିବ।
ଏଲ୍ଇଡିରେ ବିଶ୍ୱକପ୍ର ମଜା ନେବାକୁ ଅଧିକ ସଂଖ୍ୟାରେ ଦର୍ଶକ ଏକାଠି ହେବାର ସମ୍ଭାବନା ରହିଛି। ଏଥିପାଇଁ ପ୍ରତ୍ୟେକ ଏଲ୍ଇଡି ସ୍କ୍ରିନ ପାଖରେ ପୁଲିସ୍ ମୁତୟନ କରାଯିବାର ବ୍ୟବସ୍ଥା ହୋଇଛି।
from Odisha Reporter https://ift.tt/2zjBlPy
No comments:
Post a Comment