ବଳରାମପୁର ଗ୍ରାମ୍ୟ ଜଙ୍ଗଲରେ ଗଛ ଲଗାଇଲେ ଦାମ, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ବଳରାମପୁର ଗ୍ରାମ୍ୟ ଜଙ୍ଗଲରେ ଗଛ ଲଗାଇଲେ ଦାମ, କହିଲେ ଏମିତି କଥା

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): “ମୁଖ୍ୟମନ୍ତ୍ରୀ ଡାହାଣୀ ହୋଇ ଲାଗନ୍ତି ଓ ଗୁଣିଆ ହୋଇ ଝାଡ଼ିଇବାକୁ ଚେଷ୍ଟା କରନ୍ତି।” ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମ୍ୟ ଜଙ୍ଗଲରୁ ଗଛ କଟାଯିବା ପ୍ରସଙ୍ଗରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଆଜି ଏପରି ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରଛନ୍ତି। ଶାସନରେ ଥିବା ରାଜନେତା ଓ ପ୍ରଶାସନିକ ଅଧିକାରୀ ସାଧାରଣ ଜ୍ଞାନ ଭୁଲି ଘଞ୍ଚ ଜଙ୍ଗଲ କାଟି ମଦ କମ୍ପାନୀକୁ ଟେକି ଦେବା ପାଇଁ କରିଥିବା ଚକ୍ରାନ୍ତ ଅତ୍ୟନ୍ତ ଅମାନବୀୟ ଓ ଆଇନ୍‌ ବିରୋଧୀ କାର୍ଯ୍ୟ ବୋଲି ଦାମୋଦର କହିଛନ୍ତି।

ଡାକ୍ତର ରାଉତ ପ୍ରଥମେ ବଳରାମପୁର ଗ୍ରାମ୍ୟ ଜଙ୍ଗଲ ବୁଲି ଦେଖିଥିଲେ। ପରେ ଝଙ୍କରଗଡ଼ି ଜଙ୍ଗଲରେ ସେ ଚାରା ରୋପଣ କରିଥିଲେ। ଏହି ଅବସରରେ ସେ କହିଛନ୍ତି, “ଆମର ଚାରି ବେଦରୁ ଅଥର୍ବ ବେଦ ଓଡ଼ିଶାରେ ଲେଖାଯାଇଥିଲା। ଅଥର୍ବ ବେଦ ହେଉଛି ଭେଷଜ ବିଦ୍ୟା। ଓଡ଼ିଶାରେ ଥିବା ଜଙ୍ଗଲରାଜିରେ ବହୁ ଔଷଧୀୟ ବୃକ୍ଷ ରହିଛି। ଏହାର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅଥଚ ଏଠାରେ ଶହ ଶହ ବର୍ଷ ଧରି ଥିବା ଜଙ୍ଗଲକୁ କାଟି ଦିଆଯାଉଛି। ଏହା ଏକ ନିନ୍ଦନୀୟ ଘଟଣା।”

ଦାମୋଦର କହିଛନ୍ତି, “ବଳରାମପୁର ଜଙ୍ଗଲରେ କଟା ଯାଇଥିବା ଗଛର ଆୟୂଷ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଦେଶରେ ଜଙ୍ଗଲ ସଂରକ୍ଷଣ ଓ ପରିବେଶ ଆଇନ୍‌ କାର୍ଯ୍ୟକାରୀ ହେଉଥିବା ସତ୍ତ୍ୱେ କିଭଳି ଏହି ଜଙ୍ଗଲରୁ ଗଛ କାଟି ଦିଆଗଲା? ବିଭାଗୀୟ ଅଧିକାରୀମାନେ କେମିତି ଏହା ଜାଣିପାରିଲେ ନାହିଁ? ପ୍ରକୃତରେ ଏହି ଘଟଣାରେ ଜଣେ ତହସିଲଦାର ଓ ପୂର୍ବତନ ଢେଙ୍କାନାଳ ଜିଲ୍ଲାପାଳ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଯୁଗ୍ମ ସଚିବଙ୍କ ହାତ ରହିଛି। ପୁଲିସ ଲଗାଇ ଜଙ୍ଗଲରୁ ଗଛ କଟାଯାଇଛି। ବଳରାମପୁର ଗାଁ ଲୋକଙ୍କ ବିରୋଧ ଯୋଗୁ ଗଛ କଟା ବନ୍ଦ ହୋଇଛି। ଏଥିପାଇଁ ମୁଁ ଗାଁ ଲୋକଙ୍କୁ ଧନ୍ୟବାଦ ଦେଉଛି। ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ନରଖି ଯେଉଁମାନେ ଏପରି କାର୍ଯ୍ୟ କରିଛନ୍ତି, ତାହା ଅକ୍ଷମଣୀୟ ଅପରାଧ।”

ଡାକ୍ତର ରାଉତ ଆହୁରି କହିଛନ୍ତି ଯେ “ମଦ କମ୍ପାନୀକୁ ଯାଗା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ଜିଲ୍ଲା ପ୍ରଶାସନକୁ କହିଥିବ। ଏ ସମ୍ପର୍କରେ ତହସିଲଦାରଙ୍କୁ ଜିଲ୍ଲାପାଳ କହିଥିବେ। ତହସିଲ୍‌ଦାର ଜଙ୍ଗଲ ଭିତରେ ଥିବା ୧୨ ଏକର ଜମିକୁ ମଦ କମ୍ପାନୀକୁ ଦେବା ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିବେ। ଆଉ ତା’ପରେ ଜିଲ୍ଲାପାଳ ସେହି ଜଙ୍ଗଲ ଜମିକୁ ମଦ କମ୍ପାନୀକୁ ଦେବା ପାଇଁ ସୁପାରିସ୍‌ କରିଥିବେ। ଏହି ସବୁ ଘଟଣା ପାଇଁ ଅନ୍ଧ ଶାସନ ଦାୟୀ। ସାଧାରଣ ଲୋକଙ୍କ ଜୀବନ ଜୀବିକା ଓ ସ୍ୱାର୍ଥ ରକ୍ଷା ପାଇଁ ସରକାର ରହିଥା’ନ୍ତି। କିନ୍ତୁ ସେହି ସରକାର ଯଦି ଲୋକଙ୍କ ସ୍ୱାର୍ଥକୁ ଆଖି ଆଗରେ ନରଖି କମ୍ପାନୀ ସ୍ୱାର୍ଥ ରକ୍ଷା ପାଇଁ ଏପରି କାର୍ଯ୍ୟ କରନ୍ତି, ତାହା ହେଲେ କ’ଣ କୁହାଯିବ, ଆପଣମାନେ ସ୍ଥିର କରିବେ।”



from Odisha Reporter https://ift.tt/2AckDkL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages