ନିର୍ବାଚନ ପୂର୍ବରୁ ୫୫ କୋଟିର ନଗଦ ଟଙ୍କା, ନିଶାଦ୍ରବ୍ୟ ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ନିର୍ବାଚନ ପୂର୍ବରୁ ୫୫ କୋଟିର ନଗଦ ଟଙ୍କା, ନିଶାଦ୍ରବ୍ୟ ଜବତ

ହାଇଦ୍ରାବାଦ୍‌: ତେଲେଙ୍ଗାନା ବିଧାନସଭା ପାଇଁ ଆସନ୍ତା ଡିସେମ୍ବର ୭ରେ ଭୋଟ୍‌ ଗ୍ରହଣ ହେବ। ତେବେ ଭୋଟର୍‌ଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ବିଭିନ୍ନ ରାଜନୀତିକ ଦଳ ଏବେଠାରୁ ଟଙ୍କା ଓ ମଦ ବାଣ୍ଟିବା ଆରମ୍ଭ କରିଦେଇଛନ୍ତି। ତେବେ ଏଭଳି ଟଙ୍କା ଓ ମଦ ବଣ୍ଟାକୁ

ବନ୍ଦ କରିବାକୁ ଆୟକର ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରିବାରେ ଲାଗିଛି। ଏହି ଚଢ଼ଉ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୮୮.୮୫ କୋଟି ନଗଦ ଟଙ୍କା ସହ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଛି। ନଗଦ ଟଙ୍କା ସହ ଚଢ଼ଉରେ ସାମିଲ ହୋଇଥିବା ଅଧିକାରୀମାନେ ୧.୫୭ ଲକ୍ଷ ଲିଟର ମଦ ମଧ୍ୟ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୩.୫୦ କୋଟି ହେବ।

ଏହା ବାଦ୍‌ ୧.୩୦ କୋଟିର ସୁନା ଓ ରୂପା ଅଳଙ୍କାର, ୩ଟି କାର ଏବଂ ୩ଟି ବାଇକ୍‌ ମଧ୍ୟ ଜବତ ହୋଇଥିବା ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

ହାଇଦ୍ରାବାଦ୍‌ରୁ ସର୍ବାଧିକ ୮ କୋଟିର ନଗଦ ଟଙ୍କା ଓ ୧,୬୧୬ ଲିଟର ମଦ ଜବତ ହୋଇଛି।

୨୦୧୪ରେ ମଧ୍ୟ ତେଲେଙ୍ଗାନା ବିଧାନସଭା ଓ ଲୋକସଭା ନିର୍ବାଚନ ବେଳେ ସମଗ୍ର ରାଜ୍ୟରୁ ନଗଦ ୭୬ କୋଟି ଟଙ୍କା ଜବତ ହେବାର ରେକର୍ଡ ଏବେ ବି ଅତୁଟ ରହିଛି।



from Odisha Reporter https://ift.tt/2PIWGeG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages