ବେଳା ଭଲନାହିଁ, ସପ୍ତାହରେ ଧରାପଡ଼ିଲେଣି ୧୭ ଲୁଟେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ବେଳା ଭଲନାହିଁ, ସପ୍ତାହରେ ଧରାପଡ଼ିଲେଣି ୧୭ ଲୁଟେରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ଚଳାଇଥିବା ଛିନ୍‌ତାଇ ଗ୍ୟାଙ୍ଗର ଫର୍ଦ୍ଦାଫାସ ହୋଇଛି। ତିନୋଟି ଗ୍ୟାଙ୍ଗର ୯ ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୩୫ଟି ଲୁଟ୍‌ ମୋବାଇଲ ସମେତ ତିନୋଟି ବାଇକ ଜବତ କରିଛି।

ଜଟଣୀ ପୁଲିସ, ବରଗଡ ପୁଲିସର ସ୍ପେଶାଲ ସ୍କାର୍ଡ ଏମାନଙ୍କୁ ଗିରଫ କରିଛନ୍ତି। ଖଣ୍ଡଗିରି, ପାତ୍ରପଡା, ଜଟଣୀ ସମେତ ସହରର ଏକାଧିକ ଥାନା ଅଂଚଳରେ ଏମାନେ କୋକୁଆ ଭୟ ସୃଷ୍ଟି କରିଥିଲେ। ମହିଳାଙ୍କୁ ଟାର୍ଗେଟ କରିବା ସହ ଚଳନ୍ତା ବାଇକ ଉପରକୁ ଅତର୍କିତ ଆକ୍ରମଣ କରି ଲୁଟ ଉଦ୍ୟମ କରୁଥିଲେ।

ହକି ଓ୍ୱାଲର୍ଡ କପ୍‌କୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ଏମିତି ସ୍ପେଶାଲ ଡ୍ରାଇଭ କରାଯାଇଛି। ସପ୍ତାହ ମଧ୍ୟରେ ପୁଲିସ ୧୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୭୩ ମୋବାଇଲ ଜବତ କରିଛି।  ଏବେବି ଆହୁରି ଅଧିକ ଗ୍ୟାଙ୍ଗ ସହର ଭିତରେ ଅପରେଟ୍‌ କରୁଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି।

 



from Odisha Reporter https://ift.tt/2Q2QDmf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages