
ନୂଆଦିଲ୍ଲୀ: କର୍ତ୍ତାରପୁର ସାହିବ କରିଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବାକୁ ପାକିସ୍ତାନ ଯିବା ଏବଂ ସେଠାରେ ଖଲିସ୍ତାନୀ ଆତଙ୍କବାଦୀ ଗୋପାଲ ସିଂହ ଚାୱଲାଙ୍କ ସହ ଫଟୋ ଉଠାଇବାକୁ ନେଇ ବିବାଦରେ ଛନ୍ଦି ହୋଇଥିବା ପଞ୍ଜାବର ମନ୍ତ୍ରୀ ନଭଜୋତ ସିଂହ ସିଦ୍ଧୁ ଆଜି ସଫେଇ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ଯିବାକୁ ତାଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ହିଁ ନିର୍ଦ୍ଦେଶ ଦେଇଥିଲେ।
ହାଇଦ୍ରାବାଦ୍ରେ ସାମ୍ବାଦିକମାନେ ସିଦ୍ଧୁଙ୍କୁ ପାକିସ୍ତାନ ଗସ୍ତ ଯିବାକୁ କ’ଣ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଅନୁମତି ଦେଇଥିଲେ କି ପ୍ରଶ୍ନ କରିଥିଲେ।
ଏହାର ଉତ୍ତର ଦେଇ ସିଦ୍ଧୁ କହିଥିଲେ “ ଅମରିନ୍ଦର ସିଂହ ହେଉଛନ୍ତି ଆର୍ମି କ୍ୟାପ୍ଟେନ। ମୋ କ୍ୟାପ୍ଟେନ୍ ହେଉଛନ୍ତି ରାହୁଲ ଗାନ୍ଧି। ସେ ଅମରିନ୍ଦର ସିଂହଙ୍କର ମଧ୍ୟ କ୍ୟାପ୍ଟେନ୍। ମୁଁ ଯୁଆଡ଼େ ବି ଯାଏ, ରାହୁଲ ଗାନ୍ଧିଙ୍କ ଅନୁମତି ନେଇ ଯାଇଥାଏ।
କେବଳ ରାହୁଲ ଗାନ୍ଧି ନୁହନ୍ତି, କଂଗ୍ରେସର ୨୦ ଜଣ ନେତା ମୋତେ ପାକିସ୍ତାନ ଯିବାକୁ କହିଥିଲେ। କ୍ୟାପ୍ଟେନ୍ ଅମରିନ୍ଦର ସିଂହ ହେଉଛନ୍ତି ମୋ ବାପାଙ୍କ ଭଳି। ମୁଁ ପାକିସ୍ତାନ ଯିବି ବୋଲି ଇମ୍ରାନ୍ ଖାନ୍ଙ୍କୁ ପ୍ରତିଶ୍ରୁତି ଦେଇଥିବା କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ ଜଣାଇଥିଲି।”
ଅନ୍ୟପକ୍ଷରେ ଅମରିନ୍ଦର ସିଂହ ନଭେମ୍ବର ୨୮ରେ ପାକିସ୍ତାନ ଗସ୍ତ କରିଥିବା ସିଦ୍ଧୁଙ୍କୁ ପରୋକ୍ଷରେ ତୀବ୍ର ସମାଲୋଚନା କରିଥିଲେ।
from Odisha Reporter https://ift.tt/2Q6urHO
No comments:
Post a Comment