ରାମ ମନ୍ଦିର ଶୋଭାଯାତ୍ରା ହେଲେ ଆମେ ଅଯୋଧ୍ୟା ଛାଡ଼ିବୁ: ଇକବାଲ ଅନସାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ରାମ ମନ୍ଦିର ଶୋଭାଯାତ୍ରା ହେଲେ ଆମେ ଅଯୋଧ୍ୟା ଛାଡ଼ିବୁ: ଇକବାଲ ଅନସାରୀ

ନୂଆଦିଲ୍ଲୀ: ଦକ୍ଷିଣପନ୍ଥୀ ସଂଗଠନ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅଯୋଧ୍ୟାରେ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ନେଇ ଅଯୋଧ୍ୟାରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟ ମୁସଲିମମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ବିଶେଷ କରି ଅଯୋଧ୍ୟାର ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣକୁ ବିରୋଧକରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ଇକବାଲ ଅନସାରୀ ଏଭଳି ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଅଯୋଧ୍ୟା ଛାଡ଼ିବେ ବୋଲି କହିଛନ୍ତି।

ସେ କହିଛନ୍ତି, ଭିଏଚ୍‌ପି ପକ୍ଷରୁ ନଭେମ୍ବର ୨୫ରେ ଏଠାରେ ବିଶାଳ ହିନ୍ଦୁ ଶୋଭାଯାତ୍ରା କରାଯିବ। ଏଥିରେ ଲକ୍ଷ ଲକ୍ଷ ଲୋକ ସାମିଲ ହୋଇ ରାମ ମନ୍ଦିର ନିର୍ମାଣ ପାଇଁ ମାର୍ଗ ପ୍ରଶସ୍ତ କରିବେ। ବିଜେପିର ସହଯୋଗୀ ଶିବସେନା, ଯିଏ ରାମ ମନ୍ଦିର ନିର୍ମାଣ ପାଇଁ ଦାବି କରୁଛି, ସେମାନେ ମଧ୍ୟ ନଭେମ୍ବର ୨୫ରେ ଏଠାରେ ଶୋଭାଯାତ୍ରା କରିବେ। ଏହାକୁ ନେଇ ଏଠାରେ ରହୁଥିବା ମୁସଲିମ ସଂପ୍ରଦାୟର ଲୋକ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ କରିଥିବା ସେ କହିଛନ୍ତି।

ଅନସାରୀ ଆହୁରି କହିଛନ୍ତି, “୧୯୯୨ରେ ବାବ୍ରୀ ମସଜିଦ୍‌ ଭଙ୍ଗା ଯିବା ସମୟରେ ଆମ ଘର ଗୁଡ଼ିକୁ ଭଙ୍ଗା ଯାଇଥିଲା ଓ ନିଆଁ ଲଗାଇ ଦିଆଯାଇଥିଲା। ଯଦି ଏବେ ୧୯୯୨ ଭଳି ଲୋକଙ୍କ ସମାଗମ ହୁଏ, ତା’ହେଲେ ଅଯୋଧ୍ୟାରେ ରହୁଥିବା ମୁସଲିମ ଏବଂ ମୁଁ ବ୍ୟକ୍ତିଗତ ଭାବେ ସୁରକ୍ଷା ଚାହିଁବୁ। ଯଦି ଆମ ମାନଙ୍କୁ ଉତ୍ତର ପ୍ରଦେଶ ସରକାର ଉପଯୁକ୍ତ ସୁରକ୍ଷା ଯୋଗାଇ ନ ଦିଅନ୍ତି, ତା’ହେଲେ ମୁଁ ଏବଂ ମୁସଲିମ ସଂପ୍ରଦାୟର ଲୋକମାନେ ନଭେମ୍ବର ୨୫ ପୂର୍ବରୁ ଅଯୋଧ୍ୟା ଛାଡ଼ିବୁ।”

ବର୍ତ୍ତମାନ ଉତ୍ତରପ୍ରଦେଶ ସରକାର ଅନସାରୀଙ୍କ ସୁରକ୍ଷା ନିମନ୍ତେ କିଛି ଅଙ୍ଗରକ୍ଷୀ ଦେଇଛନ୍ତି। ତଥାପି ସେ ଆହୁରି ସୁରକ୍ଷା ପାଇଁ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ କହିଛନ୍ତି, ସରକାର ଶୋଭାଯାତ୍ରା ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବ, ସେଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦୀର୍ଘଦିନ ହେଲା ରାମ ମନ୍ଦିର ନିର୍ମାଣ ଦାବି ହେଉଛି। ଯଦି ଏବେ ସେମାନେ ଲକ୍ଷାଧିକ ରାମଭକ୍ତଙ୍କୁ ନେଇ ଶୋଭାଯାତ୍ରା କରିବାକୁ ଚାହୁଁଛନ୍ତି, ତା’ହେଲେ ଆମର କିଛି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2qMhcgn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages