ରୋଗୀ ପାଉନାହାନ୍ତି, କିନ୍ତୁ ମେଡ଼ିକାଲ୍‌ ପଛରେ ଫିଙ୍ଗା ଯାଉଛି ଲକ୍ଷ ଲକ୍ଷ ଟଙ୍କାର ମେଡିସିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 15, 2018

ରୋଗୀ ପାଉନାହାନ୍ତି, କିନ୍ତୁ ମେଡ଼ିକାଲ୍‌ ପଛରେ ଫିଙ୍ଗା ଯାଉଛି ଲକ୍ଷ ଲକ୍ଷ ଟଙ୍କାର ମେଡିସିନ୍‌

ଜଳେଶ୍ୱର (ଅଜିତ ଦାସ): ରୋଗୀଙ୍କୁ ସରକାର ମାଗଣାରେ ଔଷଧ ଯୋଗାଉଛନ୍ତି। ହେଲେ ଏହି ଔଷଧ ରୋଗୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ମାତ୍ର ପରବର୍ତ୍ତୀ ସମୟରେ ସେହି ମେଡ଼ିସିନ୍‌କୁ ଡାକ୍ତରଖାନା ପଛପଟେ ଫିଙ୍ଗି ଦିଆଯାଉଛି। ଆଜି ଏପରି ଚିତ୍ର ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି। ଯାହାକୁ ନେଇ ବୁଦ୍ଧଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ବାଲେଶ୍ୱର-ମୟୂରଭଞ୍ଜ ସୀମାରେ ରହିଛି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ଏହି ଡାକ୍ତରଖାନା ଉପରେ ଦୁଇ ଜିଲ୍ଲାର ପ୍ରାୟ ୫୦ ହଜାର ଲୋକ ନିର୍ଭର କରୁଛନ୍ତି। ପ୍ରତିଦିନ ଆସୁଥିବା ରୋଗୀଙ୍କ ପାଇଁ  ଡାକ୍ତର ସରକାରୀ ଔଷଧ ଲେଖିବା ପରିବର୍ତ୍ତେ ବଜାରରେ ମିଳୁଥିବା ମେଡିସିନ୍‌ର ଚିଠା ଧରାଉଛନ୍ତି ! ଜୀବନ ବଞ୍ଚାଇବା ପାଇଁ ଧାର ଉଧାର କରି ରୋଗୀମାନେ ଔଷଧ ଦୋକାନରୁ ପ୍ରାଇଭେଟ୍‌ କମ୍ପାନୀର ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି।

ହେଲେ ମେଡିକାଲ୍‌ କର୍ତ୍ତୃପକ୍ଷ ଲକ୍ଷ ଲକ୍ଷ ଟଙ୍କାର ଔଷଧ ମେଡ଼ିକାଲ୍‌ ପଛପଟେ ଫିଙ୍ଗି ଦେଉଛନ୍ତି। ଯେଉଁଥିରେ ଆଇରନ୍‌ ବଟିକା, ଇଞ୍ଜେକ୍‌ସନ୍‌, ସିରପ୍‌ ଓ ଅନ୍ୟାନ୍ୟ ଦାମୀ ଔଷଧ ରହିଛି। ଅବଶ୍ୟ ତାହା ସମୟ ଅତିକ୍ରାନ୍ତ (ଏକ୍ସପାୟାରୀ) ହୋଇଯାଇଥିବା ମେଡିସିନ୍‌ ବୋଲି ଜଣାପଡ଼ିଛି। ଏନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ହେବ ବୋଲି ମେଡିକାଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏକ୍ସପାୟାରୀ ହୋଇଯାଇଥିବା ମେଡିସିନ୍‌ ଗୁଡ଼ିକ ମେଡିକାଲ୍‌ କର୍ତ୍ତୃପକ୍ଷ ଗାତ ଖୋଳି ପୋତିଦେବା କଥା। ମାତ୍ର ମେଡ଼ିକାଲ୍‌ କର୍ତ୍ତୃପକ୍ଷ ତାହା ନକରି ଫାଙ୍କାରେ ଫିଙ୍ଗି ଦେଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।



from Odisha Reporter https://ift.tt/2QK0MQW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages