ସାମ୍ବାଦିକ ବୁଖାରୀଙ୍କ ହତ୍ୟାକାରୀ ଆତଙ୍କୀ ସଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ସାମ୍ବାଦିକ ବୁଖାରୀଙ୍କ ହତ୍ୟାକାରୀ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନ୍ୟତମ ଅଗ୍ରଣୀ ଖବର ସରବରାହ ସଂସ୍ଥା ‘ରାଇଜିଂ କଶ୍ମୀର’ର ସମ୍ପାଦକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନବୀଦ୍ ଜାଟ୍ ପୁଲିସ୍‌-ଯବାନ୍‌ଙ୍କ ମିଳିତ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଥିବା ଜଣାଯାଇଛି। ‘ରାଇଜିଂ କଶ୍ମୀର’ର ସମ୍ପାଦକ ସୁଜାତ୍ ବୁଖାରୀ ଏବଂ ତାଙ୍କର ଦୁଇଜଣ ଦେହରକ୍ଷୀଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କୀଙ୍କ ମଧ୍ୟରୁ ନବୀଦ୍ ଜଣେ।

ବୁଡ୍‌ଗାମ୍‌ ଅଞ୍ଚଳର ଚଟ୍ଟେରଗାମ୍ ଅଞ୍ଚଳରେ ରାଜ୍ୟ ପୁଲିସ୍ ଏବଂ ଯବାନଙ୍କ ପକ୍ଷରୁ ମିଳିତଭାବେ କରାଯାଇଥିବା ମିଳତ ଅପରେସନ୍ ଅବସରରେ ଏହି ଏନ୍‌କାଉଣ୍ଟର୍‌ ସଂଘଟିତ ହୋଇଥିଲା। ଗୋଟିଏ କୋଠାରେ ୨ରୁ ୩ ଜଣ ଆତଙ୍କୀ ନିହତ ହୋଇଥିବା ଜଣାଯାଇଛି। କଶ୍ମୀର ଉପତ୍ୟକାରେ ନବୀଦ୍ ପ୍ରମୁଖ ଲସ୍କର ଆତଙ୍କୀ। ଚଳିତ ବର୍ଷ ହିଁ ତାକୁ ଜେଲ୍ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ନେଇଥିବାବେଳେ କୌଶଳକ୍ରମେ ସେ ହସ୍ପିଟାଲରୁ ଖସିଯାଇଥିଲା।

ଏହି ୨୦ ବର୍ଷୀୟ ଆତଙ୍କୀର ଘର ପାକିସ୍ତାନର ମୁଲ୍ତାନ୍ରେ। ଦକ୍ଷିଣ କଶ୍ମୀରରୁ ଗିରଫ ହେବାପରେ ସେ ୨୦୧୬ ମସିହାରୁ ଶ୍ରୀନଗର କେନ୍ଦ୍ରୀୟ ଜେଲ୍‌ରେ ରହୁଥିଲା। ସେ ଲସ୍କର ମୁଖ୍ୟ ଜାକି-ଉର୍‌ ରହମାନ୍‌ ଲଖ୍‌ଭିର ଘନିଷ୍ଠ ବୋଲି ଜଣାଯାଇଛି।



from Odisha Reporter https://ift.tt/2BBLHfh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages