
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିକୁ ‘ଧନତେରସ୍’ ଭାବେ ପାଳନ କରାଯାଏ। ଏହା ସାଧାରଣତଃ ଦୀପାବଳି ପୂର୍ବ ଦିନ ପାଳନ କରାଯାଏ। କୁହାଯାଏ, ଏହି ଦିନ ସମୁଦ୍ର ମନ୍ଥନରୁ ଅମୃତର କଳସ ଧରି ଧନ୍ୱନ୍ତରୀ ପ୍ରକଟ ହୋଇଥିଲେ। ତେଣୁ ଏହିଦିନ ନିଜର ସୁରକ୍ଷା ଓ ଆରୋଗ୍ୟ କାମନା କରି ଧନ୍ୱନ୍ତରୀଙ୍କୁ ପୂଜା କରାଯାଏ।
ଏହି ଦିନକୁ କୁବେରଙ୍କ ଦିନ ବୋଲି ମଧ୍ୟ କୁହାଯାଏ। ତେଣୁ ଧନ ସମ୍ପତ୍ତି ଓ ସମୃଦ୍ଧି ପାଇଁ ଏହିଦିନ ମା’ ଲକ୍ଷ୍ମୀଙ୍କ ସହ କୁବେରଙ୍କୁ ମଧ୍ୟ ପୂଜା କରାଯାଏ। ‘ଧନତେରସ୍’ରେ ମୂଲ୍ୟବାନ ଧାତୁ ସାମଗ୍ରୀ, ନୂଆ ବାସନ ଓ ଆଭୂଷଣ କିଣିଲେ ଭାଗ୍ୟୋଦୟ ହେବାର ବିଶ୍ୱାସ ରହିଛି। ଏହି ବାସନ ଓ ମୂର୍ତ୍ତି ଆଦି ଦୀପାବଳିରେ ପୂଜା କରାଯାଏ।
‘ଧନତେରସ୍’ରେ ଏପରି ପୂଜା କଲେ, ବର୍ଷ ସାରା ଘରେ ଅଭାବ ଅନଟନ ରୁହେ ନାହିଁ:
‘ଧନତେରସ୍’ରେ ଏକ ଛୋଟ ଚାନ୍ଦିର ଯେକୌଣସି ବସ୍ତୁ ନିଶ୍ଚୟ କିଣନ୍ତୁ। ଏହି ବସ୍ତୁକୁ ଆଣି ପୂଜା ଘରେ ରଖନ୍ତୁ। ଦୀପାବଳି ଦିନ ଏହି ବସ୍ତୁକୁ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ।ଦୀପାବଳି ପର ଦିନ ଏହାକୁ ଚାଉଳ କିମ୍ବା ଧାନ ଗଦା ଭିତରେ ରଖନ୍ତୁ। ଏହାକୁ ସେଠାରେ ବର୍ଷ ସାରା ରଖନ୍ତୁ, ଧନର ଆଦୌ ଅଭାବ ରହିବ ନାହିଁ।
from Odisha Reporter https://ift.tt/2RsZ8D1
No comments:
Post a Comment