‘ପାକିସ୍ତାନ ରାଜି ଥିଲା, ଭାରତ ମନା କରି ଦେଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

‘ପାକିସ୍ତାନ ରାଜି ଥିଲା, ଭାରତ ମନା କରି ଦେଲା’

india

ନୂଆଦିଲ୍ଲୀ: ଓମାନର ମସ୍କାଟ୍‌ରେ ଅନୁଷ୍ଠିତ ହୋଇଯାଇଛି ପଞ୍ଚମ ପୁରୁଷ ହକି ଏସିଆନ୍ ଚାମ୍ପିୟନଶିପ୍ ଟ୍ରଫି। ଏଥିରେ ଭାରତ ଓ ପାକିସ୍ତାନ ଯୁଗ୍ମ ବିଜେତା ହୋଇଛନ୍ତି।

ଗତ ରବିବାର ରାତିରେ ଫାଇନାଲ୍ ମ୍ୟାଚ୍ ଥିଲା। ପ୍ରବଳ ବର୍ଷା କାରଣରୁ ପଡ଼ିଆ ନଷ୍ଟ ହୋଇଯାଇଥିଲା। ତେଣୁ ଏହି ମ୍ୟାଚ୍ ହୋଇପାରି ନ ଥିଲା। ତେଣୁ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା।

ତେବେ ଏହାକୁ ନେଇ ଗତକାଲି (ବୁଧବାର) ପାକିସ୍ତାନ ହକି ଟିମ୍ କୋଚ୍ ହାସନ ସର୍ଦାର ଅଭିଯୋଗ କରିଛନ୍ତି,“ପଡ଼ିଆ ଖରାପ ହେବା ସତ୍ତ୍ୱେ ତାଙ୍କ ଟିମ୍ ଖେଳିବା ପାଇଁ ରାଜି ଥିଲା। ଏ କଥା ଆମେ ଆୟୋଜକଙ୍କୁ ମଧ୍ୟ ଜଣାଇ ଦେଇଥିଲୁ। କିନ୍ତୁ ଭାରତ ପଛ ଘୁଞ୍ଚା ଦେଇଥିଲା। ବର୍ଷା ଯୋଗୁ ଉପୁଜିଥିବା ସ୍ଥିତିକୁ ଦେଖି ଭାରତ ଖେଳିବାକୁ ମନା କରି ଦେଇଥିଲା।”

ତେବେ ତାଙ୍କର ଏଭଳି ଅଭିଯୋଗକୁ ହକି ଇଣ୍ଡିଆ ଖଣ୍ଡନ କରିଛି। ହକି ଇଣ୍ଡିଆ ପକ୍ଷରୁ ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସୀ ପିଟିଆଇକୁ କହିଛନ୍ତି ଯେ ଏହା ପୂରା ମିଛ। ପାକିସ୍ତାନ ଖେଳିବାକୁ ଚାହୁଁ ନଥିଲା। ସେମାନଙ୍କ ଭୋର୍ ୩ଟାରେ ଫ୍ଲାଇଟ୍ ଥିବାରୁ ସେମାନେ ନିଜ ଦେଶକୁ ବାହୁଡ଼ି ଯିବାକୁ ତର ତର ହେଉଥିଲେ।

ଏହି ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି,“ବର୍ଷା ବନ୍ଦ ହେଲା ବେଳକୁ ସ୍ଥାନୀୟ ସମୟ ଅନୁସାରେ ରାତି ସାଢ଼େ ୧୦ଟା ବାଜି ଥିଲା। ଯଦି ମ୍ୟାଚ୍ ହୋଇଥାଆନ୍ତା, ତା’ହେଲେ ପଡ଼ିଆ ସଜାଡ଼ିବାକୁ ଅତିକମ୍‌ରେ ଦୁଇ ଘଣ୍ଟା ଲାଗି ଥାଆନ୍ତା। ପଡ଼ିଆରେ ପାଣି ଭର୍ତ୍ତି ହୋଇଯାଇଥିଲା। ଏମିତିକି ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର, ପ୍ରସାରଣ ଓ ଭାଷ୍ୟକାରଙ୍କ ରୁମ୍‌ରେ ବି ପାଣି ପଶି ଯାଇଥିଲା।”



from Odisha Reporter https://ift.tt/2PvW0t4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages