ଗୋପରେ ବଢୁଛି କଳାକାହ୍ନୁ: ବିଜେଡି ଉତ୍ତରାଧିକାରୀଙ୍କ ଏଣ୍ଟ୍ରି ପାଇଁ ପ୍ରସ୍ତୁତ ହେଉଛି ଯାଜପୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଗୋପରେ ବଢୁଛି କଳାକାହ୍ନୁ: ବିଜେଡି ଉତ୍ତରାଧିକାରୀଙ୍କ ଏଣ୍ଟ୍ରି ପାଇଁ ପ୍ରସ୍ତୁତ ହେଉଛି ଯାଜପୁର

ଯଦି ବିଜେଡି ସୂତ୍ରକୁ ବିଶ୍ୱାସ କରାଯାଏ, ତା’ହେଲେ ଅରୁଣଙ୍କୁ ‘ଯାଜପୁର’ କିମ୍ବା ‘ଭୁବନେଶ୍ୱର ସେଣ୍ଟ୍ରାଲ’ ବିଧାନସଭା କିମ୍ବା ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କରିବାର ସମ୍ଭାବନା ଉପରେ ଏବେ କାର୍ଯ୍ୟ କରୁଛି। ରାଜ୍ୟରେ ବିଜେପିର ଅତ୍ୟଧିକ ପ୍ରଚାର ଓ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢ଼ିବାର ସମ୍ଭାବନାକୁ ଦେଖି ଅରୁଣଙ୍କ ପାଇଁ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧିକ ସୁରକ୍ଷିତ ବୋଲି ବିବେଚନା କରାଯାଉଛି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ଯୁବରାଜଙ୍କ ଓଡ଼ିଶା ରାଜନୀତିକୁ ଆଗମନ ପାଇଁ ମାର୍ଗ ପ୍ରଶସ୍ତ ହେଉଛି। ଏଥିପାଇଁ ପ୍ରଚ୍ଛଦପଟ୍ଟରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକଙ୍କ ନାତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୁତୁରା ‘ଅରୁଣ ପଟ୍ଟନାୟକ ଫ୍ୟାନ୍ କ୍ଲବ୍‌’ ନାଁରେ ଏକ ହ୍ୱାଟସଅପ୍ ଗ୍ରୁପ୍ ଖୋଲାଯାଇ ସେଥିରେ ଦଳର ନେତାମାନଙ୍କୁ ସାମିଲ କରାଯାଉଛି। ବିଶେଷକରି ଦଳର ଯୁବନେତା ଓ ପ୍ରଭାବଶାଳୀ ନେତାଙ୍କୁ ଏହି ସୋଶାଲ ମିଡିଆ ଗ୍ରୁପରେ ସାମିଲ୍‌ କରାଯାଇ ଭବିଷ୍ୟତରେ ଅରୁଣ ପଟ୍ଟନାୟକ ହିଁ ବିଜେଡିର ଉତ୍ତରାଧିକାରୀ ହେବେ ବୋଲି ସନ୍ଦେଶ ଦେବାକୁ ପ୍ରୟାସ ଚାଲିଛି।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଦଳର ନେତୃତ୍ୱ କିଏ ନେବେ, ତାହା ରହସ୍ୟଘେରରେ ରହିଥିଲେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ମାଧ୍ୟମରେ ଏହାର ଆଭାସ ଦେବାକୁ ଏବେଠୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଯଦିଓ ୨୦୧୫ ଜାନୁୟାରୀ ମାସରେ ଅରୁଣଙ୍କ ଏଣ୍ଟ୍ରିକୁ ନେଇ ରାଜ୍ୟର ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା, କିନ୍ତୁ ସେତେବେଳେ ଦଳ ପକ୍ଷରୁ ଏପରି ପ୍ରସ୍ତୁତି ନଥିଲା। ଯାହା ଏବେ ଚାଲିଛି।

ଦଳରେ ତୃତୀୟ କ୍ଷମତାକେନ୍ଦ୍ର ଭାବେ ପରିଚିତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ‘ଫ୍ୟାନ୍ କ୍ଲବ’ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୋଶାଲ ମିଡିଆରେ ‘ଅରୁଣ ପଟ୍ଟନାୟକ ଫ୍ୟାନ୍ କ୍ଲବ’ ପରିଚାଳିତ ହେଉଥିବା ଜଣାପଡ଼ିଛି। ଅରୁଣଙ୍କ ଫ୍ୟାନ୍ କ୍ଲବରେ ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ପଣ୍ଡା ଓ ଅରୁଣ ସାହୁଙ୍କଠୁ ଆରମ୍ଭ କରି ଦଳର ଆଗଧାଡ଼ିର ନେତାମାନେ ଯୋଡ଼ି ହୋଇଛନ୍ତି। ଏହି ଗ୍ରୁପ୍‌କୁ ଅତ୍ୟନ୍ତ ଗୋପନୀୟ ଢଙ୍ଗରେ ପରିଚାଳନା କରାଯାଉଥିବା ବିଜେଡି ସୂତ୍ରରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ନବୀନଙ୍କ ପରେ ବିଜେଡିର ଉତ୍ତରାଧିକାରୀ କିଏ ହେବେ ଓ ଦଳର ଭବିଷ୍ୟତ କ’ଣ ହେବ, ତାକୁ ନେଇ ଦଳର ଲକ୍ଷ ଲକ୍ଷ କର୍ମୀ ଓ ନେତାଙ୍କ ମଧ୍ୟରେ ଆଶଙ୍କା ଲାଗି ରହିଛି। ବିରୋଧୀ ଦଳ ପକ୍ଷରୁ ମଧ୍ୟ ଏନେଇ ସୋଶାଲ ମିଡିଆରେ ନାନା କଥା ପ୍ରଚାର କରାଯାଉଛି। ଯାହାର ପ୍ରତିକୂଳ ପ୍ରଭାବ ସାଧାରଣ ନିର୍ବାଚନରେ ପଡ଼ିବାର ଆଶଙ୍କା କରୁଛି ବିଜେଡି। ଏହାକୁ ଦୃଷ୍ଟିରେ ରଖି ଦଳ ‘ଗୋଟିଏ ଗୁଳିରେ ଦୁଇଟି ଶିକାର’ କରିବାକୁ ଲକ୍ଷ୍ୟ ରଖିଛି। ଏବେ ବ୍ୟବସାୟରେ ସକ୍ରିୟ ଥିବା ନବୀନଙ୍କ ବଡ଼ଭାଇ ‘ପ୍ରେମ୍‌ ପଟ୍ଟନାୟକ’ଙ୍କ ପୁଅ ‘ଅରୁଣ ପଟ୍ଟନାୟକ’ଙ୍କୁ ରାଜନୀତିକୁ ଆଣିବା ଓ ଦଳର ନେତୃତ୍ୱ ନେବା ପାଇଁ ତାଙ୍କୁ ପ୍ରସ୍ତୁତ କରିବାକୁ ଗୋପନ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

ଯଦି ବିଜେଡି ସୂତ୍ରକୁ ବିଶ୍ୱାସ କରାଯାଏ, ତା’ହେଲେ ଅରୁଣଙ୍କୁ ‘ଯାଜପୁର’ କିମ୍ବା ‘ଭୁବନେଶ୍ୱର ସେଣ୍ଟ୍ରାଲ’ ବିଧାନସଭା କିମ୍ବା ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କରିବାର ସମ୍ଭାବନା ଉପରେ ଏବେ କାର୍ଯ୍ୟ କରୁଛି। ରାଜ୍ୟରେ ବିଜେପିର ଅତ୍ୟଧିକ ପ୍ରଚାର ଓ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢ଼ିବାର ସମ୍ଭାବନାକୁ ଦେଖି ଅରୁଣଙ୍କ ପାଇଁ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧିକ ସୁରକ୍ଷିତ ବୋଲି ବିବେଚନା କରାଯାଉଛି।

ଏଠାରୁ ପ୍ରତିନିଧିତ୍ୱ କରୁଥିବା ପ୍ରଣବ ପ୍ରକାଶ ଦାସ (ବବି) ଏବେ ବିଜେଡିର ତୃତୀୟ କ୍ଷମତାକେନ୍ଦ୍ର ଭାବେ ପରିଗଣିତ ହେଉଛନ୍ତି। ତେଣୁ ସେଠାରେ ଅରୁଣଙ୍କ ଜିତିବା ଦାୟିତ୍ୱ ତାଙ୍କ ଉପରେ ନିର୍ଭର କରିବ। ଅରୁଣଙ୍କ ପାଇଁ ସେ ଯାଜପୁର ଆସନ ଛାଡ଼ି କୋରେଇରୁ ପ୍ରାର୍ଥୀ ହେବାର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନପାରେ।

ଯାଜପୁରରେ ବିଜେଡିର ସଂଗଠନ ଯେଭଳି ସୁଦୃଢ଼ ରହିଛି, ସେଠାରେ ପ୍ରଣବଙ୍କ ପ୍ରତ୍ୟକ୍ଷ ସମର୍ଥନ ମିଳିଲେ ନିର୍ବାଚନ ଜିତିବାରେ ଅରୁଣଙ୍କ ପାଇଁ ସମସ୍ୟା ହେବନାହିଁ। ରାଜନୀତି ଓ ନିର୍ବାଚନରେ ଅରୁଣ ନବାଗତ ହୋଇଥିବାରୁ ଉଭୟ ଯାଜପୁର ଓ କୋରେଇ ବିଧାନସଭା ମଣ୍ଡଳୀ ପ୍ରଣବଙ୍କ ଦାୟିତ୍ୱରେ ରହିବ। ଏଭଳି ସମୀକରଣ ଓ ସମ୍ଭାବନାକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ଅରୁଣଙ୍କ ଏଣ୍ଟ୍ରି ପାଇଁ ପରିବେଶ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ନବୀନ କିମ୍ବା ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ସମ୍ମତି ନଥିଲେ ଦଳ ପକ୍ଷରୁ ଅରୁଣ ପଟ୍ଟନାୟକଙ୍କ ନାଁରେ ସୋଶାଲ ମିଡିଆରେ ଫ୍ୟାନ୍ କ୍ଲବ୍ ଖୋଲାଯିବାର ସମ୍ଭାବନା ମଧ୍ୟ କ୍ଷୀଣ।

ଅବଶ୍ୟ ୨୦୧୫ ଜାନୁୟାରୀ ମାସରେ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରୁଣ କହିଥିଲେ, ଏବେ ରାଜନୀତିରେ ଯୋଗଦେବାର ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ଏ ବିଷୟରେ ସେ କିଛି ମତାମତ ଦେବାକୁ ସେ ସମୟରେ ଚାହିଁ ନଥିଲେ।

ତେବେ ଅରୁଣଙ୍କ ଏଭଳି ଚତୁର ପ୍ରତିକ୍ରିୟାକୁ ଇତିମଧ୍ୟରେ ୪ ବର୍ଷ ପୂରିବାକୁ ଯାଉଥିବା ବେଳେ, ସେ ପାରିବାରିକ ରାଜନୀତିକୁ ଆଗେଇ ନେବା ପାଇଁ ନିଜକୁ ପ୍ରସ୍ତୁତ କରୁଥାଇପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2OLgWHQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages