ମହିଳା ୱିଙ୍ଗ୍ ପୁନର୍ଗଠନ କଲା ବିଜେଡି: ମିନତି ବେହେରା ସଭାପତି, ଯୁବ ନେତୃତ୍ୱଙ୍କ ଉପରେ ଭରସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ମହିଳା ୱିଙ୍ଗ୍ ପୁନର୍ଗଠନ କଲା ବିଜେଡି: ମିନତି ବେହେରା ସଭାପତି, ଯୁବ ନେତୃତ୍ୱଙ୍କ ଉପରେ ଭରସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନର ମାତ୍ର ୪ମାସ ପୂର୍ବରୁ ବିଜେଡି ନିଜର ମହିଳା ୱିଙ୍ଗର ପୁର୍ନଗଠନ କରିଛି। ଯୁବ ମହିଳା ନେତୃତ୍ୱଙ୍କ ଉପରେ ଦଳ ଭରସା କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି। ଦୀର୍ଘ ଏକ ଦଶନ୍ଧି ଧରି ବିଜେଡି ମହିଳା ୱିଙ୍ଗ ସଭାନେତ୍ରୀ ଥିବା ପ୍ରମିଳା ମଲ୍ଲିକଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ରାଜ୍ୟ କମିଟି ନିଯୁକ୍ତି ଦେଇଛି।

କଟକ ଜିଲ୍ଲାର ନେତ୍ରୀ ମିନତି ବେହେରାଙ୍କୁ ବିଜେଡି ମହିଳା ୱିଙ୍ଗ୍ ସଭାପତି ଭାବେ ନିଯୁକ୍ତି ମିଳିଥିବାବେଳେ ୪ଜଣ ନେତ୍ରୀ -ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ ଓ ଗୀତାରାଣୀ ବସ୍ତିଆଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ସୁଲତା ଦେଓଙ୍କୁ ଦଳର ମହିଳା ୱିଙ୍ଗ୍ ସାଧାରଣ ସମ୍ପାଦକ ଓ ଏଲିନା ଦାଶଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।

ପ୍ରମିଳାଙ୍କୁ ଦଳର ଉପସଭାପତି ଭାବେ ପଦୋନ୍ନତି ମିଳିବା ସହ ବିଜୁ ମହିଳା ୱିଙ୍ଗ୍ ଉପଦେଷ୍ଟା ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷ ଜ୍ୟୋତି ପାଣିଗ୍ରାହୀ ଓ ପୂର୍ବତନ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ କସ୍ତୁରୀ ମହାପାତ୍ରଙ୍କୁ ମଧ୍ୟ ବିଜେଡି ମହିଳା ୱିଙ୍ଗ୍ ଉପଦେଷ୍ଟା ଭାବେ ଅବସ୍ଥାପିତ କରାଯାଇଛି। ବିଜେଡି ମହିଳା ୱିଙ୍ଗର ଅନ୍ୟ ରାଜ୍ୟ ପଦାଧିକାରୀ ଓ ଜିଲ୍ଲା କମିଟି ପୂର୍ବଭଳି ଅପରିବର୍ତିତ ରଖାଯାଇଛି।

ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ମହିଳା ୱିଙ୍ଗରେ ଏଭଳି ପରିବର୍ତନ ହୋଇଛି ବୋଲି ଦଳର ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।



from Odisha Reporter https://ift.tt/2Fpl9lo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages