ଏଣ୍ଡୋମେଟ୍ରିଆଲ୍‌ କ୍ୟାନ୍‌ସର୍‌ର ଲକ୍ଷଣ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଏଣ୍ଡୋମେଟ୍ରିଆଲ୍‌ କ୍ୟାନ୍‌ସର୍‌ର ଲକ୍ଷଣ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗର୍ଭାଶୟର ଭିତର ଅଂଶକୁ ଏଣ୍ଡୋମେଟ୍ରିୟମ୍‌ କୁହାଯାଏ। ଏହି ଏଣ୍ଡୋମେଟ୍ରିୟମ୍‌ କୋଷ ଯେବେ ଅସ୍ୱାଭାବିକ ଭାବେ ବଢ଼ିବାକୁ ଲାଗିଥାଏ, ସେତେବେଳେ ଏହା ଏଣ୍ଡୋମେଟ୍ରିଆଲ୍‌ କ୍ୟାନ୍‌ସର୍‌ର ଲକ୍ଷଣ ବୋଲି କୁହାଯାଏ। ଏଥି ଯୋଗୁ ମହିଳାଙ୍କୁ ଭବିଷ୍ୟତରେ ସନ୍ତାନ ପ୍ରସବରେ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

ଏହା ସହ ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍‌ ପରି ରୋଗ ହେଲେ, ଗର୍ଭାଶୟରେ କ୍ୟାନ୍‌ସର୍‌ ହେବାର ଆଶଙ୍କା ଅଧିକ ରହିଥାଏ।
ଏଣ୍ଡୋମେଟ୍ରିଆଲ୍‌ କ୍ୟାନ୍‌ସର୍‌ର ଚିକିତ୍ସା କଷ୍ଟକର ହୋଇଥାଏ, କାରଣ ଏହାର ସ୍କ୍ରିନ୍‌ ଟେଷ୍ଟ୍‌ ଉପଲବ୍ଧ ହୁଏ ନାହିଁ।

ଏଣ୍ଡୋମେଟ୍ରିଆଲ୍‌ କ୍ୟାନ୍‌ସର୍‌ର ଲକ୍ଷଣ ଓ ଏହାର ପ୍ରତିକାର ସମ୍ପର୍କରେ ଆସନ୍ତୁ ଜାଣିବା।

କେଉଁ ମହିଳାଙ୍କୁ ଏହି କ୍ୟାନ୍‌ସର୍‌ ହୋଇଥାଏ
.ଯେଉଁ ମହିଳା କେବେ ଗର୍ଭଧାରଣ କରିନାହାନ୍ତି।
.ଯେଉଁ ମହିଳାଙ୍କ ଋତୁସ୍ରାବ ୧୨ ବର୍ଷ ବୟସ ପୂର୍ବରୁ ଆରମ୍ଭ ହୋଇଛି।
.ଯେଉଁ ମହିଳାଙ୍କର ୫୫ ବର୍ଷ ବୟସରେ ମେନୋପଜ୍ ହୋଇଥାଏ।
.ଏହା ବ୍ୟତୀତ ଯେଉଁ ମହିଳାଙ୍କର ପିସିଓଏସ୍‌ ଓ ଡାଇବେଟିସ୍‌ ସମସ୍ୟା ରହିଥାଏ।
.ବ୍ରେଷ୍ଟ୍‌ କ୍ୟାନସର୍ କାରଣରୁ ମଧ୍ୟ ଗର୍ଭାଶୟ କ୍ୟାନ୍‌ସର୍‌ ହୋଇଥାଏ।

ଏଣ୍ଡୋମେଟ୍ରିଆଲ୍‌ କ୍ୟାନ୍‌ସର୍‌ର ଲକ୍ଷଣ
୧.ଯଦି ଋତୁସ୍ରାବ ପରେ ମଧ୍ୟ ମହିଳାଙ୍କର ରକ୍ତସ୍ରାବ ହେଉଛି, ତେବେ ଏହା ଏଣ୍ଡୋମେଟ୍ରିଆଲ୍‌ କ୍ୟାନ୍‌ସର୍‌ର ଲକ୍ଷଣ। ଏପରି ସମସ୍ୟା ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
୨.ଅନେକ ମହିଳାଙ୍କ ଗର୍ଭାଶୟ ଫୁଲିବା ସହିତ ସେଥିରେ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଏହା ସହ ଋତୁଚକ୍ରରେ ଅନିୟମିତତା ମଧ୍ୟ ଦେଖାଯାଇଥାଏ।
୩.ଯଦି ଆପଣଙ୍କର ଓଜନ ଅଚାନକ କମି ଯାଉଛି, ତେବେ ଏହା ଏଣ୍ଡୋମେଟ୍ରିଆଲ୍‌ କ୍ୟାନ୍‌ସର୍‌ର ଲକ୍ଷଣ। ମେନୋପଜ୍‌ ପରେ ମହିଳାଙ୍କ କ୍ଷେତ୍ରରେ ଏହା ବିଶେଷ ଭାବେ ଦେଖାଯାଇଥାଏ।
୪.ଏଣ୍ଡୋମେଟ୍ରିଆଲ୍‌ କ୍ୟାନ୍‌ସର୍‌ ହେଲେ ଆପଣଙ୍କୁ ବାରମ୍ୱାର ପରିସ୍ରା ଲାଗିଥାଏ ଏବଂ ପରିସ୍ରା କରିବା ସମୟରେ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଯଦି ଆପଣଙ୍କ ସହିତ ଏହି ସବୁ ସମସ୍ୟା ହେଉଛି, ତେବେ ବିଳମ୍ୱ ନ କରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।



from Odisha Reporter https://ift.tt/2BzdBIM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages