ଆପଣଙ୍କ ମୁଖ୍ୟ ଗ୍ରହ ଦୁର୍ବଳ ଅଛି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଆପଣଙ୍କ ମୁଖ୍ୟ ଗ୍ରହ ଦୁର୍ବଳ ଅଛି କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀର ଏକ ବିଶେଷ ମହତ୍ତ୍ୱ ରହିଛି। ଏହି ଜନ୍ମକୁଣ୍ଡଳୀ ଆଧାରରେ ହିଁ ବ୍ୟକ୍ତିଙ୍କ ବର୍ତ୍ତମାନ ଓ ଭବିଷ୍ୟତ ପ୍ରଭାବିତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମକୁଣ୍ଡଳୀର ଲଗ୍ନରାଶିରେ ଏକ ମୁଖ୍ୟ ଗ୍ରହ ରହିଥାଏ।

ଏହି ମୁଖ୍ୟ ଗ୍ରହକୁ ଜନ୍ମକୁଣ୍ଡଳୀର ପ୍ରାଣ ବୋଲି କୁହାଯାଏ। କୁଣ୍ଡଳୀରେ ନଅଟି ଗ୍ରହ ଓ ବାରଟି ରାଶି ସମ୍ପର୍କରେ ମଧ୍ୟ ଅଧ୍ୟୟନ କରାଯାଇଥାଏ। ନଅଟି ଗ୍ରହ ମଧ୍ୟରୁ ଏହି ମୁଖ୍ୟ ଗ୍ରହ ବ୍ୟକ୍ତିଙ୍କ କୁଣ୍ଡଳୀରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଥାଏ।

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, କୁଣ୍ଡଳୀରେ ଯଦି ମୁଖ୍ୟ ଗ୍ରହର ଦଶା ଦୁର୍ବଳ ଥାଏ, ତେବେ ବ୍ୟକ୍ତିଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ।
ଯଦି ମୁଖ୍ୟ ଗ୍ରହର ଦଶା ମଜବୁତ୍‌ ଓ ଅନ୍ୟ ଗ୍ରହଗୁଡ଼ିକ ଦୁର୍ବଳ ସ୍ଥିତିରେ ରହିଥା’ନ୍ତି, ତେବେ ବ୍ୟକ୍ତିଙ୍କୁ ଲାଭ ପ୍ରାପ୍ତି ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କୁଣ୍ଡଳୀରେ ମୁଖ୍ୟ ଗ୍ରହର ଦଶା ମଜବୁତ୍‌ ଥିଲେ, ବ୍ୟକ୍ତିଙ୍କୁ ସଫଳତା ପ୍ରାପ୍ତ ହୋଇଥାଏ।

କିନ୍ତୁ ମୁଖ୍ୟ ଗ୍ରହର ଦଶା ଦୁର୍ବଳ ଥିଲେ, ବହୁ ପରିଶ୍ରମ ଓ ସଂଘର୍ଷ ପରେ ହିଁ ବ୍ୟକ୍ତିଙ୍କୁ ସଫଳତା ମିଳିଥାଏ। ଏହାଦ୍ୱାରା ବ୍ୟକ୍ତି ମାନସିକ ସ୍ତରରେ ଭାଙ୍ଗି ପଡ଼ିଥା’ନ୍ତି।

ଏବେ ଜନ୍ମକୁଣ୍ଡଳୀରେ ଲଗ୍ନର ଆଧାରରେ ଜାଣନ୍ତୁ, ଆପଣଙ୍କ ମୁଖ୍ୟ ଗ୍ରହ।

  • ମିଥୁନ ଲଗ୍ନର ମୁଖ୍ୟ ଗ୍ରହ ବୁଧ
  • କର୍କଟ ଲଗ୍ନର ମୁଖ୍ୟ ଗ୍ରହ ମଙ୍ଗଳ
  •  ସିଂହ ଲଗ୍ନର ମୁଖ୍ୟ ଗ୍ରହ ବୃହସ୍ପତି
  •  କନ୍ୟା ଲଗ୍ନର ମୁଖ୍ୟ ଗ୍ରହ ଶୁକ୍ର
  •  ତୁଳା ଲଗ୍ନର ମୁଖ୍ୟ ଗ୍ରହ ଶନି
  •  ବିଛା ଲଗ୍ନର ମୁଖ୍ୟ ଗ୍ରହ ବୃହସ୍ପତି
  •  ଧନୁ ଲଗ୍ନର ମୁଖ୍ୟ ଗ୍ରହ ମଙ୍ଗଳ
  •  ମକର ଲଗ୍ନର ମୁଖ୍ୟ ଗ୍ରହ ଶୁକ୍ର
  •  କୁମ୍ଭ ଲଗ୍ନର ମୁଖ୍ୟ ଗ୍ରହ ଶୁକ୍ର
  •  ମୀନ ଲଗ୍ନର ମୁଖ୍ୟ ଗ୍ରହ ଚନ୍ଦ୍ରମା


from Odisha Reporter https://ift.tt/2KDDCtq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages