ଘନଉଛି ମୃତ ମହାବଳ ବେକର କ୍ଷତ ରହସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ଘନଉଛି ମୃତ ମହାବଳ ବେକର କ୍ଷତ ରହସ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାତକୋଶିଆରେ ମୃତ ମହାବଳର ମୃତ୍ୟୁ ରହସ୍ୟ ଘନେଇବାରେ ଲାଗିଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ ପରେ ପ୍ରଶ୍ନ। କୌଣସି ଧାରୁଆ ଅସ୍ତ୍ରରେ ବାଘ ବେକରେ କ୍ଷତ ହୋଇଥିବରୁ ତା’ର ମୃତ୍ୟୁ ଘଟିଥିବା ରିପୋର୍ଟରେ ସ୍ପଷ୍ଟ ଦର୍ଶାଯାଇଛି। ଏପରି ସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି, ଏହା ହେଲା କେମିତି ?

ଏହାସହ ସତ୍ୟ ପଦାକୁ ଆଣିବାରେ ବନ ବିଭାଗର ଆନ୍ତରିକତାକୁ ନେଇ ବି ପ୍ରଶ୍ନ ଉଠିବାକୁ ଲାଗିଛି। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ଠିକ୍ ଭାବେ ହୋଇ ନ ଥିବା ବିଶେଷଜ୍ଞ ଅଭିଯୋଗ କରୁଛନ୍ତି। ଏପରି ସ୍ଥିତିରେ ମହାବଳର ମୃତ୍ୟୁର ପର୍ଦ୍ଦାଫାଶ ହେବ ନା ରହସ୍ୟ ଘେରରେ ରହିବ ତାକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା।

ବନ ବିଭାଗର ମଉନବ୍ରତ

ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ବାଘ ବେକରେ ଧାରୁଆ ଅସ୍ତ୍ରରେ ସୃଷ୍ଟି ହୋଇଥିବା କ୍ଷତରେ ପୋକ ହେବା ପରେ ଶରୀରର ବିଭିନ୍ନ ଅଙ୍ଗକୁ ବ୍ୟାପିଥିଲା। ଫଳରେ ବାଘର ବିଭିନ୍ନ ଅଙ୍ଗ ଅକାମୀ ହୋଇଯିବାରୁ ତା’ର ମୃତ୍ୟୁ ଘଟିଥିଲା।

tigerତେବେ ମହାବଳ ବେକରେ କ୍ଷତ ହେଲା କେମିତି ? ଫାଶରେ ଫଶି ଯାଇଥିଲା ନା ତୀରରେ ଆକ୍ରମଣ ହୋଇଥିଲା ? ବନ ବିଭାଗ ମହାବଳ ମୃତ୍ୟୁକୁ ନେଇ ନାନା କଥା କହୁଥିବା ବେଳେ କ୍ଷତ ସମ୍ପର୍କରେ ମଉନବ୍ରତ ପାଳନ କରିଛି।

ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ସମୟରେ ବାଘ ଶରୀରର ବାହ୍ୟ ଓ ଆଭ୍ୟନ୍ତରୀଣ ଅଙ୍ଗ କିଭଳି ଥିଲା,ସେ କଥା ସ୍ପଷ୍ଟ କରାଯାଇ ନଥିବାରୁ ବ୍ୟବଚ୍ଛେଦ ଠିକ୍‌ରେ ହୋଇ ନଥିବା ଅଭିଯୋଗ ଉଠିବାରେ ଲାଗିଛି।

କାଠଗଡ଼ାରେ ବନ ବିଭାଗ

ହାବ ଭାବକୁ ଦେଖିଲେ ମହାବଳର ମୃତ୍ୟୁକୁ ନେଇ ବନ ବିଭାଗ ଏତେଟା ବିଚଳିତ ଥିବା ଭଳି ଲାଗୁନି। ଘଟଣାର ତଦନ୍ତ ନ ହେଉଣୁ, ସାତକୋଶିଆ ଫିଲ୍ଡ ଡାଇରେକ୍ଟର ଉଭୟ ବନ ବିଭାଗ ଓ ଅଞ୍ଚଳବାସୀଙ୍କୁ କ୍ଲିନ୍ ଚିଟ୍ ଦେଇ ସାରିଛନ୍ତି। ବାଘର ମୃତଦେହ ଓ ଘଟଣାସ୍ଥଳ ପରିଦର୍ଶନ କରିଥିବା ଏନ୍‌ଟିସିଏ ସଦସ୍ୟ ବନ ବିଭାଗର ତଦନ୍ତ ଉପରେ ଆଶଙ୍କା ପ୍ରକାଶ କରିଛନ୍ତି। ଏନ୍‌ଟିସିଏ ଗାଇଡଲାଇନ୍‌ ଅନୁଯାୟୀ ଜଙ୍ଗଲରେ ବାଘ ମଲେ ଶିକାରୀଙ୍କ ପ୍ରାଦୁର୍ଭାବ ନେଇ ତଦନ୍ତ ହେବା କଥା। କିନ୍ତୁ ସାତକୋଶିଆରେ ସେଭଳି କିଛି ତଦନ୍ତ ହୋଇନାହିଁ।



from Odisha Reporter https://ift.tt/2DB2Zu4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages