କଟକ ବସ୍ ଦୁର୍ଘଟଣା: ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

କଟକ ବସ୍ ଦୁର୍ଘଟଣା: ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

bus

କଟକ (ଓଡ଼ିଶା ରିପୋର୍ଟର): ମହାନଦୀ ପୋଲରୁ ବସ୍ ଖସି ପଡ଼ିବା ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏମାନେ ସମସ୍ତେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି, ଗତକାଲି ୫୦ ଜଣ ଗୁରୁତରଙ୍କ ସହିତ ୧୦ଟି ମୃତଦେହ ଡାକ୍ତରଖାନାକୁ ଆସିଥିଲା। ଆହତଙ୍କ ମଧ୍ୟରୁ ୪୨ ଜଣ ଏବେ ଏଠାରେ ଚିକିତ୍ସିତ ହେଉଛନ୍ତି। ଆଉ ୮ ଜଣଙ୍କୁ ସେମାନଙ୍କ ସଂପର୍କୀୟମାନେ ଘରୋଇ ନର୍ସିଂହୋମ୍‌କୁ ନେଇ ଯାଇଛନ୍ତି।

ସେ କହିଛନ୍ତି,“ଆମ ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ୪୨ ଜଣଙ୍କ ମଧ୍ୟରୁ ୩୫ ଜଣଙ୍କୁ ଡିଜାଷ୍ଟର ୱାର୍ଡରେ ରଖାଯାଇଛି। ଅନ୍ୟ ୭ ଜଣଙ୍କୁ ଆଇସିୟୁରେ ରଖାଯାଇଛି। ଯେଉଁମାନଙ୍କୁ ଡିଜାଷ୍ଟର ୱାର୍ଡରେ ରଖାଯାଇଛି, ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଯଦି ସେମାନଙ୍କ ଭିତରୁ କାହାର ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ପରିଲକ୍ଷିତ ହୁଏ, ତା’ହେଲେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବ।”

ctc1ସେ ଆହୁରି କହିଛନ୍ତି,“ଯେଉଁ ୭ ଜଣଙ୍କୁ ଆଇସିୟୁରେ ରଖାଯାଇଛି ସେମାନଙ୍କ ମଧ୍ୟରୁ ୩ ଜଣ ସେଣ୍ଟ୍ରାଲ୍ ଆଇସିୟୁରେ ଥିବା ବେଳେ ୪ ଜଣ ଟ୍ରମା ଆଇସିୟୁରେ ଅଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୭୨ ଘଣ୍ଟା ପରେ ସେମାନଙ୍କ ଅବସ୍ଥାରେ ସୁଧାର ଆସିଛି କି ନାହିଁ କୁହାଯାଇପାରିବ।”

ଭୁବନାନନ୍ଦ ମହାରଣା କହିଛନ୍ତି,“ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା କରାଯାଉଛି। ଦରକାର ପଡ଼ିଲେ ମାଗଣାରେ ଅପରେସନ୍ ମଧ୍ୟ କରାଯିବ।”

୧୦ ମୃତକଙ୍କ ମଧ୍ୟରେ ୭ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଅଛନ୍ତି।

ଜଗନ୍ନାଥ ନାମକ ଏହି ବସ୍‌ଟି (ଓଡି୩୫ଏ୦୨୧୧) ତାଳଚେରରୁ କଟକ ଆସୁଥିବା ବେଳେ ଜଗତପୁର-ଶିଖରପୁର ମଝିରେ ମହାନଦୀ ପୋଲ ଉପରୁ ତଳକୁ ଖସି ପଡ଼ିଥିଲା।

 

 

 



from Odisha Reporter https://ift.tt/2QcT4lh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages