୫୦୦ ବର୍ଷରେ ମହା ପ୍ରଭୁଙ୍କର କେତେ ଥର ହୋଇଛି ରଘୁନାଥ ବେଶ?କ’ଣ କହେ ମାଦଳା ପାଞ୍ଜି ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

୫୦୦ ବର୍ଷରେ ମହା ପ୍ରଭୁଙ୍କର କେତେ ଥର ହୋଇଛି ରଘୁନାଥ ବେଶ?କ’ଣ କହେ ମାଦଳା ପାଞ୍ଜି ପଢ଼ନ୍ତୁ

ପୁରୀ:(ଓଡ଼ିଶା ରିପୋର୍ଟର):ଦୀର୍ଘ ୧୧୫ ବର୍ଷର ପ୍ରତୀକ୍ଷାର ହେବ ଅବସାନ। ଶ୍ରୀମନ୍ଦିର ରତ୍ନବେଦୀରେ ବିରଳ ରଘୁନାଥ ବେଶରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଆହ୍ଲାଦିତ ହେବେ ଭକ୍ତ। ଆସନ୍ତା ୨୦୨୦ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏ ବିରଳ ବେଶ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଖୁବଶୀଘ୍ର ନୀତି ସବ୍‌କମିଟିରେ ଆଲୋଚନା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ରଘୁନାଥ ବେଶରେ ରତ୍ନ ସିଂହାସନରେ ମହଣ ମହଣ ସୁନାରେ ବିଭୂଷିତ ହୋଇ ତ୍ରେତୟା ଯୁଗର ଧନୁର୍ଦ୍ଧର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ଶ୍ରୀମନ୍ଦିର ମାଦଳାପାଞ୍ଜି କହୁଛି, ବିଗତ ୫ଶହ ବର୍ଷ ଭିତରେ ମାତ୍ର ୯ ଥର ଅନୁଷ୍ଠିତ ହୋଇଛି ଏ ବିରଳ ବେଶ।୧୫୭୭ ମସିହାରେ ପ୍ରଥମେ ଅନୁଷ୍ଠିତ ହୋଇଥିବା ଏ ବେଶକୁ ଶେଷ ଥର ଲାଗି ୧୯୦୫ ମସିହାରେ ଦର୍ଶନ କରିଥିଲେ ଭକ୍ତ ।

ଗଣନା ଅନୁସାରେ ଯେଉଁ ବର୍ଷ ରାମ ରାଜ୍ୟାଭିଷେକ ତିଥି ବୈଶାଖ ମାସରେ ପଡେ ସେ ବର୍ଷ ମହାପ୍ରଭୁ ରଘୁନାଥ ବେଶ ହୁଅନ୍ତି । ୧୯୬୯ ଓ ୧୯୮୩ ମସିହାରେ ବି ଏଥିଲାଗି ଉଦ୍ୟମ ହୋଇଥିଲା । ହେଲେ ସମ୍ଭବ ହୋଇପାରି ନ ଥିଲା । ଆଗାମୀ ରଘୁନାଥ ବେଶ ପାଇଁ ଆସନ୍ତା ୩ରୁ ୪ମାସ ଭିତରେ ନୀତି ସବ୍ କମିଟିରେ ଆଲୋଚନା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।



from Odisha Reporter https://ift.tt/2QCex40

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages