ନନ୍ଦିନୀଙ୍କ ପରେ ଏହି ବିବାଦୀୟ ସିରିଏଲ୍‌ ଛାଡ଼ିଲେ ଅଭିନବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ନନ୍ଦିନୀଙ୍କ ପରେ ଏହି ବିବାଦୀୟ ସିରିଏଲ୍‌ ଛାଡ଼ିଲେ ଅଭିନବ

ମୁମ୍ବାଇ:କଲର୍ସର ଚାନେଲର ବିବାଦୀୟ ଶୋ’ ‘ସିଲ୍‌ସିଲା ବଦଲ୍‌ତି ରିସ୍ତୋ କା’ରେ ଅନେକ ମୋଡ଼ ଦେଖିବାକୁ ମିଳୁଛି। ଏହି ଶୋ’ରେ ମୌଲୀକୁ ଛାଡପତ୍ରଦେବା ପରେ କୁନାଲ୍‌ ନନ୍ଦିନୀକୁ ବିବାହ କରିନେଇଛନ୍ତି। ଏହାପରେ ନନ୍ଦିନୀ (ଦୃଷ୍ଟି ଧାମୀ) ଶୋ’କୁ ଅଲ୍‌ବିଦା କହିଦେଇଛନ୍ତି।  ଏବେ ଏମିତି ଖବର ଆସୁଛି ଯେ ଦୃଷ୍ଟିଙ୍କ ପରେ ତାଙ୍କ କୋ-ଷ୍ଟାର ଅଭିନବ ଶୁକ୍ଳା ବି ଶୋ’ ଛାଡ଼ି ଦେଇଛନ୍ତି।

ସିରିଏଲ୍‌ରେ ନନ୍ଦିନୀଙ୍କ ସ୍ୱାମୀ ଚରିତ୍ରରେ ଅଭିନୟ କରିଥିବା ରାଜ୍‌ଦୀପ୍‌ ( ଅଭିନବ ଶୁକ୍ଳା) ଶୋ’କୁ ବାଏ ବାଏ କହିଦେଇଛନ୍ତି। ସେ ଏହି ବିଷୟରେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ସୂଚନା ଦେଇଛନ୍ତି। ସେ ଇନ୍‌ଷ୍ଟାରେ ଏକ ଇମୋସ୍‌ନାଲ୍‌ ପୋଷ୍ଟ୍‌ ଲେଖିଥିଲେ।  ଏହା ସହ ସେ ନିଜ ଶୋ’ର ପ୍ରଥମ ଦିନ ଶୁଟିଂର ଏକ ଫଟୋ ବି ଶେୟାର କରିଥିଲେ।

ଏହା ସହ ଶୋ’ରେ ଏକ ନୂଆ ଏଣ୍ଟ୍ରିବି ହୋଇଛି। ଗଣମାଧ୍ୟମର ରିପୋର୍ଟ ମୁତାବକ ଶୋ’ରେ  ୬ ବର୍ଷର ବ୍ୟବଧାନ ପରେ  ଏକ ନୂଆ ଚରିତ୍ରକୁ ଦେଖିବାକୁ ମିଳୁଛି। ସେ କଳାକାର ଜଣକ ହେଉଛନ୍ତି କିଂଶୁକ୍‌ ମହାଜନ। ସେ ମୌଲୀଙ୍କ ଜୀବନରେ ଆସିଛନ୍ତି।

ପରକୀୟାପ୍ରୀତିକୁ ଆଧାର କରି ତିଆରି ହୋଇଛି ସରିଏଲ୍‌ ‘ସିଲ୍‌ସିଲା: ବଦଲ୍‌ତେ ରିସ୍ତୋ କା’ । ତେବେ ଏହା ସବୁଠୁ ବିବାଦୀୟ ହୋଇଥିବାରୁ ଏହାର କଣ୍ଟେଣ୍ଟ୍‌ ଉପରେ ଅନେକ ପ୍ରଶ୍ନ ଉଠିଛି। ଏମିତିରେ କିଛିଦିନ ପୂର୍ବରୁ ଶୋ’ ବନ୍ଦ ହେବାକୁ ନେଇ  ଚର୍ଚ୍ଚା ହେଉଥିଲା। ଶୋ’ର ଲିଡ୍‌ ରୁଲ୍‌ରେ ଅଭିନୟ କରିଥିବା କଳାକାରମାନେ ବି ଏହି କାହାଣୀକୁ ନେଇ ଖୁସି ନାହାନ୍ତି।



from Odisha Reporter https://ift.tt/2F2SqCH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages