
ନୂଆଦିଲ୍ଲୀ/ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):ଉତ୍ତରାଖଣ୍ଡର ପବିତ୍ର ପୀଠ ବଦ୍ରିନାଥ ଦର୍ଶନରେ ଯାଇ ତୁଷାରପାତ ଯୋଗୁ ସେଠାରେ ଫସି ରହିଥିବା ଓଡିଶାର ତୀର୍ଥ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉତ୍ତରାଖଣ୍ଡ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଶ୍ୱସ୍ତ କରିଛନ୍ତି ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ।
ଓଡ଼ିଆ ତୀର୍ଥ ଯାତ୍ରୀ ଫସି ରହିଥିବା ଖବର ଜାଣିବା ପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଫୋନ ଯୋଗେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସହ ସେମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ ଯୋଗେ ଏହି ସୂଚନା ଦେବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ୱିଟ କରି ଓଡିଶାର ତୀର୍ଥ ଯାତ୍ରୀଙ୍କ ସୁରକ୍ଷିତ ଉଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ ଓ ତାଙ୍କ ସରକାରଙ୍କ ପଦକ୍ଷେପ ନେଇ ସୂଚନା ଦେଇଛନ୍ତି।
ତୀର୍ଥ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସେ ନିର୍ଦ୍ଦେଶ ଦେଇଥିବା ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।
from Odisha Reporter https://ift.tt/2PzyxqT
No comments:
Post a Comment