ବିଜେପି ମନ୍ତ୍ରୀଙ୍କ ଭିଭିଆଇପି ନିଶା: ଜୋତାରେ କାଦୁଅ ଲାଗିଯିବାରୁ ପୋଛିବାକୁ କହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ବିଜେପି ମନ୍ତ୍ରୀଙ୍କ ଭିଭିଆଇପି ନିଶା: ଜୋତାରେ କାଦୁଅ ଲାଗିଯିବାରୁ ପୋଛିବାକୁ କହିଲେ

କୁଶିନଗର: ବିଜେପି ଦେଶରୁ ଭିଭିଆଇପି ପରମ୍ପରା ଉଠାଇବାକୁ ଚାହୁଁଥିବା କହୁଥିଲେ ହେଁ ବାସ୍ତବରେ ଦଳୀୟ ନେତାମାନେ ଏହାକୁ ଫୁ’ କରିଦେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ବିଜେପି ଶାସନାଧୀନ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି।

ରାଜ୍ୟର ଜଣେ ମନ୍ତ୍ରୀ ବୃକ୍ଷରୋପଣ କରିବା ସମୟରେ ତାଙ୍କ ଜୋତାରେ କାଦୁଅ ଲାଗି ଯିବାରୁ ତାଙ୍କ କର୍ମଚାରୀଙ୍କୁ ସର୍ବସମ୍ମୁଖରେ ଏହାକୁ ପୋଛିବାକୁ କହିବା ବେଳର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ବିଜେପି ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂହ ଓରଫ ମୋତି ସିଂହ କୁଶୀନଗରଠାରେ ଥିବା ଏକ କଲେଜରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଯାଇଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ଦାମୀ ଜୋତାରେ ସାମାନ୍ୟ କାଦୁଅ ଲାଗି ଯାଇଥିଲା।

ଏହି ସମୟରେ ସେ ତାଙ୍କ ସହ ଥିବା ଜଣେ କର୍ମଚାରୀଙ୍କୁ ତୁରନ୍ତ ତାକୁ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କର୍ମଚାରୀ ଜଣଙ୍କ ମଧ୍ୟ ଭିଭିଆଇ ପରମ୍ପରାକୁ ସମ୍ମାନ ଦେଇ ସର୍ବସମ୍ମୁଖରେ ଏକ ନାଲି କପଡ଼ାରେ ମନ୍ତ୍ରୀଙ୍କ ଜୋତା ସଫା କରିଥିଲେ।

ମନ୍ତ୍ରୀଙ୍କ ଏଭଳି ଆଚରଣ ସାଧାରଣରେ ନିନ୍ଦିତ ହୋଇଛି କିନ୍ତୁ ଏସମ୍ପର୍କରେ ମନ୍ତ୍ରୀ ଜଣଙ୍କ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।



from Odisha Reporter https://ift.tt/2qRqzvk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages