ଦିଆସିଲି ଖୋଳର ଦାମ୍‌ ୩୦୦ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ଦିଆସିଲି ଖୋଳର ଦାମ୍‌ ୩୦୦ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଆସିଲି ଖୋଳର ଦାମ ୩୦୦ ଟଙ୍କା। ଆଶ୍ଚର୍ଯ୍ୟ ଲାଗିଲେ ବି ସତ କଥା। ଏମିତି ପ୍ୟାକିଂରେ ରାଜଧାନୀ ଭୁବନେଶ୍ୱରରେ ବିକ୍ରି ହେଉଛି ବ୍ରାଉନସୁଗର। ଦିଆସିଲି ଖୋଳ ଭିତରେ ରହୁଛି ନିଶାଖୋର ଗ୍ରାହକଙ୍କ ପାଇଁ ସମସ୍ତ ବ୍ୟବସ୍ଥା। ବ୍ରାଉନସୁଗର ରଖିବା ଫଏଲ ପେପର ଓ ନିଆଁ ଲଗାଇବା ପାଇଁ ଦିଆସିଲ କାଠି। ଏହି ଘଟଣାରେ ଅବକାରୀ ଫ୍ଲାଇଂ ସ୍କ୍ୱାଡ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି। ‘ବାବୁନି’ ନାମକ ଜଣେ ଯୁବକ ବ୍ରାଉନ୍‌ସୁଗର ଯୋଗାଉଥିବା ଗିରଫ ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି।

ଭୁବନେଶ୍ୱର ସାଲିଆସାହି ଅଞ୍ଚଳରୁ ବ୍ରାଉନସୁଗର ଧରାପଡ଼ିବା ପରେ ନିଶା ବେପାରୀଙ୍କ ଏହି ଟେକ୍‌ନିକ୍‌ର ଖୁଲାସା ହୋଇଛି। ଏହି ମାମଲାରେ ଅବକାରୀ ଫ୍ଲାଇଂ ସ୍କ୍ୱାଡ ଦୁଇ ବ୍ରାଉନ୍‌ସୁଗର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୯୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୯ ଲକ୍ଷରୁ ଅଧିକ ଟଙ୍କା ହେବ। ଏହାଛଡ଼ା ସେମାନଙ୍କଠାରୁ ନଗଦ ୩ ଲକ୍ଷ ୭୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ସାଲିଆସାହି ବସ୍ତି ଭିତରେ ଆହୁରି ଏକାଧିକ ବ୍ୟବସାୟୀ ବ୍ରାଉନ୍‌ସୁଗର କାରବାରରେ ସାମିଲ ଥିବା ସେମାନେ ସୂଚନା ଦେଇଛନ୍ତି।

ଅବକାରୀ ଫ୍ଲାଇଂ ସ୍କ୍ୱାଡକୁ ଦେଇଥିବା ସୂଚନା ଅନୁସାରେ ହାଓ୍ୱଡ଼ା ଭାୟା ବାଲେଶ୍ୱର ଦେଇ ଖୋର୍ଦ୍ଧା ଆସୁଥିଲା ବ୍ରାଉନସୁଗର। ବାବୁନି ନାମକ ଯୁବକ ଏମାନଙ୍କୁ ବ୍ରାଉନସୁଗର ଯୋଗାଉଥିବା ଜଣାପଡ଼ିଛି।

ସ୍ମାର୍ଟ ସିଟିର ଏକାଧିକ ବସ୍ତିରେ ଚାଲିଛି ବ୍ରାଉନସୁଗର କାରବାର। ସାଲିଆ ସାହିର ନିର୍ଦ୍ଦିଷ୍ଟ କେତେକ ବସ୍ତି, ହଳଦୀ ପଡ଼ିଆ ବସ୍ତି, ରସୁଲଗଡ଼ ଓ ଖଣ୍ଡଗିରି ସ୍ଥିତ ଏକାଧିକ ବସ୍ତି ଏବେ ବ୍ରାଉନସୁଗର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଗିରଫ ବେପାରୀଙ୍କୁ ବ୍ରାଉନସୁଗର ଯୋଗାଉଥିବା ଏହି ବାବୁନି କିଏ ? ସେ କାହାଠାରୁ ଆଣୁଛି ବ୍ରାଉନସୁଗାର? ଏହାର ଖୋଳତାଡ଼ ଚଳାଇଛି ଅବକାରୀ ବିଭାଗ। ବାବୁନିକୁ ଧରିବାକୁ ଖୋର୍ଦ୍ଧାରେ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ରେଡ୍‌ କରିଥିବା ଜଣାପଡ଼ିଛି।



from Odisha Reporter https://ift.tt/2Dqp9iA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages