ସ୍ମାର୍ଟ ସିଟିରେ ସ୍ମାର୍ଟ ବସ୍ : ଆରମ୍ଭ ହେଲା ମୋ’ ବସ୍ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ସ୍ମାର୍ଟ ସିଟିରେ ସ୍ମାର୍ଟ ବସ୍ : ଆରମ୍ଭ ହେଲା ମୋ’ ବସ୍ ସେବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି ମ୍ୟାଚ ପୂର୍ବରୁ ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ୱରରେ ଗଡ଼ିଛି ସ୍ମାର୍ଟ ବସ। ଏହି ନୂତନ ବସ୍ ସେବା ‘ମୋ ବସ୍’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦୦ଟି ବସ୍ ଓ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୨୦୦ଟି ବସ୍ ଚାଲିବ।ଏହି ସମସ୍ତ ବସରେ ଅତ୍ୟାଧୁନିକ ଜିପିଏସ୍, ସିସିଟିଭି କ୍ୟାମେରା, ୱାଇଫାଇ, ଅଟୋମେଟିକ ସେନ୍ସର ଓ ଅଡିଓ ଭଏସ ସୁବିଧା ଉପଲବ୍ଧ ରହିଛି। ହକି ମ୍ୟାଚ ପୂର୍ବରୁ ଏହି ସମସ୍ତ ବସ୍ ଚାଲିବ ବୋଲି ଜଣାପଡ଼ିଛି।

ଆଜି ସକାଳ ୧୧ଟାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକ ନିକଟରେ ଏହି ବସ୍ ସେବାକୁ ଉଦଘାଟନ କରିବା ସହ ନିଜେ ସେହି ବସରେ ଚଢ଼ି ସଚିବାଳୟ ପର୍ଯ୍ୟନ୍ତ ଆସିଥିଲେ। ମୁଖ୍ୟମନ୍ତ୍ରୀ ଦୀର୍ଘ ୧୯ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ବିନା ସୁରକ୍ଷାରେ ଯାତ୍ରୀବାହୀ ବସରେ ସଚିବାଳୟ ଆସିଥିଲେ। କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ( କ୍ରୁଟ୍ ) ସଂସ୍ଥା ଦ୍ୱାରା ଏହି ବସ୍ ସେବା ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି।

ଏହି ବସ ସେବା ପାଇଁ ୨୦୦ଟି ନୂଆ ବସ୍ କିଣାଯାଇଥିବାବେଳେ ଅନ୍ୟ ୧୦୦ଟି ବସକୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ କରାଯାଇଛି। ମୋବାଇଲ ଆପ୍ ଯୁକ୍ତ ଜିପିଏସ୍ ମାଧ୍ୟମରେ ପରିଚାଳିତ ‘ମୋ ବସ୍’ ସେବାରେ ନିଯୁକ୍ତ କଣ୍ଡକ୍ଟରମାନଙ୍କୁ ଏଣିକି ‘ଗାଇଡ୍’ ଭାବେ ଡକାଯିବ। ୫୦ ପ୍ରତିଶତ ମହିଳାଙ୍କୁ ଏସବୁ ବସରେ ‘ଗାଇଡ୍’ ଭାବେ ନିଯୁକ୍ତି ମିିଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ବସରେ ଆସିବାବେଳେ ଭଡ଼ା ବାବଦରେ ୧୦ଟଙ୍କା ଦେଇଥିଲେ ଓ କଣ୍ଡକ୍ଟର ୮ ଟଙ୍କା ରଖି ୨ଟଙ୍କା ଫେରସ୍ତ କରିଥିବା ଜଣାପଡ଼ିଛି।

ଏହି ବସ ସେବା ପାଇଁ ଯାତ୍ରୀମାନେ ଅନଲାଇନରେ ସୂଚନା ପାଇବା ସହ ଟିକେଟ୍ କାଟି ପାରିବେ। ଏଥିସହ କେଉଁ ସବୁ ରୁଟରେ କେଉଁ ସମୟରେ ବସ ଚାଲିବ ଓ କେଉଁଠି ଷ୍ଟପେଜ୍ କରିବ ତା’ର ମଧ୍ୟ ତଥ୍ୟ ଅନଲାଇନରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।ଏହି ବସଗୁଡ଼ିକରେ ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।



from Odisha Reporter https://ift.tt/2RGQjG5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages