ବିରାଟ୍‌ଙ୍କୁ ପଛରେ ପକାଇଲେ ରୋହିତ, ଜାଣନ୍ତୁ କେମିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ବିରାଟ୍‌ଙ୍କୁ ପଛରେ ପକାଇଲେ ରୋହିତ, ଜାଣନ୍ତୁ କେମିତି

ଲକ୍ଷ୍ନୌ: ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ତଥା ଓପନର୍‌ ରୋହିତ ଶର୍ମା ଆଜି ନିୟମିତ ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ଭାରତ ପାଇଁ ଟି-୨୦ରେ ସର୍ବାଧିକ ରନ୍‌ କରିବାର ରେକର୍ଡ ଆଜି ରୋହିତ ନିଜ ନାଁରେ କରିଛନ୍ତି।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍‌ରେ ଚାଲିଥିବା ଦ୍ୱିତୀୟ ଟି-୨୦ରେ ରୋହିତ ୧୧ ରନ୍‌ କରିବା କ୍ଷଣି ଭାରତ ପାଇଁ ସର୍ବାଧିକ ରନ୍‌ ସ୍କୋର କରିଥିବା ବିରାଟ୍‌ଙ୍କୁ ପଛରେ ପକାଇ ଦେଇଥିଲେ।
ବିରାଟ୍‌ଙ୍କ ୨୧୦୨ ରନ୍‌କୁ ରୋହିତ ଇଣ୍ଡିଜ୍ ବୋଲ୍‌ର ଓସାନେ ଥୋମାସଙ୍କୁ ଲଙ୍ଗ ଅପ୍‌ରେ ଛକା ମାରି ଅତିକ୍ରମ କରିଥିଲେ।

ରୋହିତ ବର୍ତ୍ତମାନ ସୁଦ୍ଧା ୮୩ଟି ଇନିଂସ୍‌ରେ ୨୧୦୩* ରନ୍‌ କରିଛନ୍ତି। ଯେଉଁଥିରେ ୩ଟି ଶତକ ରହିଛି। ବିରାଟ୍‌ ୬୨ଟି ଇନିଂସ୍‌ରେ ୨୧୦୨ ରନ୍‌ କରିଥିଲେ। ସୁରେଶ ରାଇନା ୭୮ଟି ଇନିଂସ୍‌ରେ ୧୬୦୫ ରନ୍‌ କରି ତୃତୀୟ ସ୍ଥାନରେ ଅଛନ୍ତି।
ତେବେ ବିଶ୍ୱରେ ଟି-୨୦ରେ ସର୍ବାଧିକ ରନ୍‌ କରିବା ତାଲିକାରେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍‌ ଗପ୍ଟିଲ ଅଛନ୍ତି। ସେ ୭୫ଟି ମ୍ୟାଚ୍‌ରେ ୨୨୭୧ ରନ୍‌ କରିଛନ୍ତି। ତାଙ୍କ ପଛକୁ ପାକିସ୍ତାନର ଶୋଏବ ମାଲିକ ୧୦୮ ମ୍ୟାଚ୍‌ରେ ୨୧୯୦ ରନ୍‌ କରି ଦ୍ୱିତୀୟ ଓ ୭୧ଟି ମ୍ୟାଚ୍‌ରେ ୨୧୪୦ ରନ୍‌ କରି ତୃତୀୟ ସ୍ଥାନରେ ଅଛନ୍ତି।

ରିପୋର୍ଟ ଲେଖାହେବା ବେଳକୁ ରୋହିତ ୩୯ ରନ୍‌ କରି ଅପରାଜିତ ରହିଛନ୍ତି। ଯଦି ସେ ୫୧ ରନ୍‌ କରିଦେବେ ତା’ହେଲେ ବିଶ୍ୱର ତୃତୀୟ ସର୍ବାଧିକ ଟି-୨୦ ରନ୍‌ ସ୍କୋରର ମାନ୍ୟତା ପାଇବେ।



from Odisha Reporter https://ift.tt/2PEIi7f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages