ବାଦଲ ଜଙ୍ଘରେ ବାଜିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ବାଦଲ ଜଙ୍ଘରେ ବାଜିଲା ଗୁଳି

encounter

ଅନୁଗୋଳ (ବିରଜା ଦାସ): ବୁଧବାର ରାତିରେ ଅନ୍ୟ ଜଣେ ଅପରାଧୀ ସହ ମିଶି କୌଣସି ଅପରାଧ ଘଟାଇବାକୁ ଯୋଜନା କରୁଥିଲା ବାଦଲ ରାଉତ। ତେବେ କୌଣସି ସୂତ୍ରରୁ ସୂଚନା ପାଇ ପୁଲିସ୍ ସେଠାରେ ଚଢ଼ାଉ କରିଥିଲା।

ପୁଲିସ୍‌କୁ ଦେଖି ଖସି ଯିବାକୁ ବାଦଲ ଗୁଳି ଚଳାଇଥିଲା। ହେଲେ ପୁଲିସ୍ ବି ଛାଡ଼ି ନଥିଲା। ପୁଲିସ୍‌ର ପାଲଟା ଗୁଳିରେ ଆହତ ହୋଇଥିଲା ବାଦଲ। ତା ଡାହାଣ ଜଙ୍ଘରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଲିଙ୍ଗରାଜ ଖଣି ନିକଟରେ। ତେବେ ବାଦଲର ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଡା ଅଞ୍ଚଳରେ।

ବାଦଲ ନାଁରେ ବିଭିନ୍ନ ଥାନାରେ ରାହାଜାନି ଓ ଡକାୟତି ମାମଲା ରହିଛି।



from Odisha Reporter https://ift.tt/2FzdvVt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages