ସାଧାରଣ ନିର୍ବାଚନ ସହିତ ହେବ ଜମ୍ମୁକଶ୍ମୀର ନିର୍ବାଚନ: ରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 21, 2018

ସାଧାରଣ ନିର୍ବାଚନ ସହିତ ହେବ ଜମ୍ମୁକଶ୍ମୀର ନିର୍ବାଚନ: ରାଜ୍ୟପାଳ

ଶ୍ରୀନଗର: ଗତକାଲି ନାଟକୀୟଭାବେ ଜମ୍ମୁକଶ୍ମୀର ବିଧାନସଭା ଭଙ୍ଗ କରାଯିବାପରେ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଇଣ୍ଡିଆ ଟୁଡେ ଟିଭିକୁ ସୂଚନା ଦେଇ କହିଛନ୍ତି, ବିଧାନସଭା ନିର୍ବାଚନ ତୁରନ୍ତ ନହୋଇ ୨୦୧୯ ସାଧାରଣ ନିର୍ବାଚନ ସମୟରେ ହେବାର ସମ୍ଭାବନା ଅଧିକ।

ମଲିକ୍ ଆହୁରି ମଧ୍ୟ କହିଛନ୍ତି ଯେ,ସେ ବିଧାନସଭା ଭଙ୍ଗ ପକ୍ଷରେ ନାହାନ୍ତି। କିନ୍ତୁ ସରକାର ଗଠନ ପାଇଁ ଘୋଡ଼ା ବେପାରକୁ ମଧ୍ୟ ପ୍ରଶୟ ଦିଆଯାଇ ପାରିବନାହିଁ। ଏପରିକି ରାଜନୀତିକ ଦଳଗୁଡ଼ିକ ସରକାର ଗଠନ ପାଇଁ ଯେନତେନ ପ୍ରକାରେ ବିଧାୟକମାନଙ୍କ ସମର୍ଥନ ହାସଲ କରିବାର ପ୍ରୟାସ କରୁଥିବାର କିଛି ରିପୋର୍ଟ ଆସୁଥିବାରୁ ସେ ଏଭଳି ନିଷ୍ପତ୍ତି ନେଛନ୍ତି ବୋଲି କହିଛନ୍ତି।

ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ଏବଂ ପିପୁଲ୍ସ କନଫରେନ୍ସ ନେତା ସଜାଦ ଲୋନ୍‌ ସରକାର ଗଠନ ଦାବି ଉପସ୍ଥାପନ କରିବା ମାତ୍ରେ ହିଁ ରାଜ୍ୟପାଳ ସତ୍ୟପାଲ ମଲିକ ଜମ୍ମୁ-କଶ୍ମୀର ବିଧାନସଭାକୁ ଭାଙ୍ଗି ଦେଇଛନ୍ତି। ଏହାର ଅର୍ଥ ରାଜ୍ୟ ବିଧାନସଭା ବର୍ତ୍ତମାନ ସସ୍‌ପେଣ୍ଡ ରହିବ ଏବଂ ନୂଆ ସରକାର କେବଳ ନିର୍ବାଚନ ପରେ ହିଁ ଗଠନ ହୋଇପାରିବ ବୋଲି କୁହାଯାଉଛି।

କିନ୍ତୁ ଏଥିରେ ପକ୍ଷପାତିତା ହୋଇଥିବା ଅଭିଯୋଗକୁ ଖଣ୍ଡନ କରି ରାଜ୍ୟପାଳ କହିଛନ୍ତି, ସେ କାହାଠାରୁ ମଧ୍ୟ ଚିଠି ପାଇନାହାନ୍ତି। ୬ ମାସ ଧରି ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ ଚାଲୁଥିବାବେଳେ ପିଡିପି କଂଗ୍ରେସ ଓ ନ୍ୟାସନାଲ୍ କନ୍‌ଫରେନ୍ସ ସମର୍ଥନ ଏବଂ ପିପୁଲ୍ସ କନ୍‌ଫରେସନ୍‌ ବିଜେପି ଏବଂ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଥିବା ଦର୍ଶାଇ ପୃଥକ ପୃଥକଭାବେ ସରକାର ଗଠନ ପାଇଁ ଦାବି କରିଥିଲେ।



from Odisha Reporter https://ift.tt/2S7S3s5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages